ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲା କୁ ନୂଆପଡା ଜିଲ୍ଲା ଓକିଲ ସଙ୍ଘ ର କଡା ନିନ୍ଦା

ନୂଆପଡା,୧୬/୨: ଆଜି ସ୍ଥାନୀୟ ଜିଲ୍ଲା ଓକିଲ ସଙ୍ଘ ସଭା ଗୃହ ରେ ଜିଲ୍ଲା ଓକିଲ ସଙ୍ଘ ତରଫରୁ ପୁଲୱାମା ରେ ସହିଦ ହୋଇ ଥିବା ସି.ଆର.ପି.ଏଫ ଯବାନ ଙ୍କୁ ଅଶ୍ରୁଳ ପୂର୍ବ ଶ୍ରଦ୍ଧାଞ୍ଜଳି ଦିଆ ହୋଇ ଥିଲା ୪୨ରୁ ଉର୍ଦ୍ଧ ସହିଦ ଯବାନ ଦେଶ ପାଇଁ ପ୍ରାଣ ବଳି ଦେଲେ, ଏହି ସହିଦ ଯବାନ ଙ୍କର ଆତ୍ମାକୁ ଶାନ୍ତି ମିଲୁ ।

Omkar Vasthu
Omkar Vasthu

ତାଙ୍କର ପରିବାର ଲୋକଙ୍କ ଦୁଃଖରେ ନୂଆପଡା ଓକିଲ ସଙ୍ଘ ଓ ସାରା ଦେଶ ବସି ଦୁଃଖିତ ଅଟେ । ଏହି ଘଟଣା ରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କୁ ଉଚିତ ଜବାବ ଦିଆ ଯାଉ ବୋଲି ସମସ୍ତ ବକ୍ତା ମତ ଦେଇଥିଲେ । ଯବାନ ମାନେ କିଭଳି ଭାବରେ ନିଜେ କଷ୍ଟ ରେ ରହି ଦେଶ ସୁରକ୍ଷା କରନ୍ତି, ନିଜ ପରିବାର ରୁ ଦୂରରେ ରହି ଭାରତ ମା ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ ତାଙ୍କ ମୃତୁ ର ଜବାବ ଦିଆ ଯାଉ ବୋଲି ଭାରତ ସରକାର ଓ ଭାରତୀୟ ସେନା କୁ ନିବେଦନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସମସ୍ତ ଓକିଲ ଏହି ଆତଙ୍କବାଦୀ ଆକ୍ରମଣ ରେ ସହିଦ ହୋଇ ଥିବା ଯବାନ ଙ୍କ ଆତ୍ମା ର ଶାନ୍ତି ପାଇଁ ୨ ମିନିଟର ମୌନ ରଖି ଥିଲେ ଓ ମହା ମୃତ୍ର୍ୟୁଞ୍ଜୟ ମନ୍ତ୍ର ଯାପ କରି ଥିଲେ । ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ର ବରିଷ୍ଠ ଆଇନଜିଵୀ ପ୍ରସନ୍ନ ମହାପାତ୍ର, ମୁରଲୀ ପଣ୍ଡା ଓ ଜିଲ୍ଲା ଓକିଲ ସଙ୍ଘ ଉପସଭାପତି ପାପ୍ପୁ ସ୍ୱାଇଁ, ଖୀତିସ ବୋଧଙ୍କର, ଅଶ୍ୱିନୀ ବାଗ, ଅଶ୍ୱିନୀ ପାଣିଗ୍ରାହୀ, ବଣ୍ଟି ପଟେଲ, ଅନୁପ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.