ଟିଙ୍ଗିପଦରର ଝିଙ୍କିପଡା ଠାରୁ ପ୍ରଧାନୀପଡ଼ା – ପିଠାପଡା ରାସ୍ତା ଅବସ୍ଥା ଶୋଚନୀୟ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗ୍ରାମ ପଞ୍ଚାୟତ ଟିଙ୍ଗିପଦର ଗ୍ରାମର ଝିଙ୍କି ପଡ଼ା ଠାରୁ ପ୍ରଧାନୀ ପଡ଼ା ଦେଇ ପିଠା ପଡ଼ା ରାସ୍ତା ଆଜକୁ ପ୍ରାୟ ୭୦ ବର୍ଷ ହେବ ଶୋଚନୀୟ ହୋଇପଡିଛି। ଆଣ୍ଠୁଏ କାଦୁଅ ରାସ୍ତାରେ ଯିବା ଆସିବାରେ ଜନସାଧାରଣ ଓ ସ୍କୁଲ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Omkar Vasthu
Omkar Vasthu


ଏନେଇ ବାରମ୍ବାର ସରପଞ୍ଚ, ବିଡିଓ, ବିଧାୟକ, ଲୋକସଭା ସାଂସଦ ଓ ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଲୋକଙ୍କ ଅଭିଯୋଗ ହେଲା ବିଧାୟକ ମହାଶୟଙ୍କୁ ଲିଖିତ ଅଭିଯୋଗ ଓ ଗଜଲକ୍ଷ୍ମୀ ପୂଜା ଦିନ ସ୍କୁଲ ଛାତ୍ର ଛାତ୍ରୀ ଚାଲି ଚାଲି ଦେଖାଇ ଥିଲେ ମଧ୍ୟ ତାହା ତିଆରି ହୋଇ ନାହିଁ। ଆଜି କାଲି ହେବ କହି ଚାଲିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଯଦି ଆଗାମୀ ଦିନରେ ରାସ୍ତା ତିଆରି ନ ହୁଏ ତେବେ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବୁ ଓ ଭୋଟ ବର୍ଜନ କରିବୁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.