ନର୍ଲା କେନ୍ଦ୍ରରେ ୨୦ ଛାତ୍ରଛାତ୍ରୀ ଦେଉଛନ୍ତି ମାଟ୍ରିକ ପରୀକ୍ଷା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ ହୋଇଗଲା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ପାଠ ପଢିପାରୁ ନାହାନ୍ତି । ବିଦ୍ୟାଳୟ ଗୁଡିକ ତରଫରୁ ଅନଲାଇନରେ ଶିକ୍ଷାଦାନ ସବୁ ଚାଲି ଆସୁଛି । ଗତ ବର୍ଷ କରୋନାର ପ୍ରଥମ ଲହର ଆସିଥିଲା । ୨୦୨୧ ରେ ଙ୍ଗଭର ଦ୍ୱିତୀୟ ଲହର ଚାଲିଛି । ଦ୍ୱିତୀୟ ଲହରର ପ୍ରହାର ସରି ନଥିବା ବେଳେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ମାନେ ଭବିଷ୍ୟ ବାଣୀ କରିଛନ୍ତି । ସ୍କୁଲ କଲେଜ ସବୁ କରୋନା ପାଇଁ ବନ୍ଦ ରହିଥିବାରୁ ଭଲ ଭାବରେ ଶିକ୍ଷାଦାନ ମଧ୍ୟ ହୋଇ ପାରିନି । ଏଣୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ଆଉ ପରୀକ୍ଷା କରାଯାଇନଥିଲା । ପୂର୍ବ ପରୀକ୍ଷା ଗୁଡିକୁ ନେଇ ସେମାନଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ୧୦ମ ବୋର୍ଡ ପରୀକ୍ଷା ବିନା ପରୀକ୍ଷାରେ ହୋଇଥିବା ଫଳାଫଳ ଉଚ୍ଚକୋଟୀର ରହିଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନ ମଧ୍ୟ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ହେଲେ ରାଜ୍ୟ ସରକାର ବିନା ପରୀକ୍ଷାରେ ଫଳାଫଳ ପ୍ରକାଶ ପୂର୍ବରୁ ଫଳାଫଳରେ ଅସନ୍ତୋଷ ରହିଥିବା ଓ ଫେଲ ହୋଇଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିନା ମୂଲ୍ୟରେ ଫର୍ମ ପୂରନ କରି ଅଫ୍ ଲାଇନ ପରୀକ୍ଷା ଦେବାର ବ୍ୟବସ୍ଥା ରଖାଯାଇଥିବା ମଧ୍ୟ ଘୋଷଣା କରିଥିଲେ । ଏହି କ୍ରମରେ ଗତ କାଲି ଠାରୁ ରାଜ୍ୟ ସରକାରଙ୍କ ତରଫରୁ ୧୦ ଶ୍ରେଣୀ ରେ ଫେଲ ହୋଇଥିବା ଓ ବିନା ପରୀକ୍ଷାରେ ଘୋଷିତ ଫଳାଫଳକୁ ନେଇ ଅସନ୍ତୋଷ ରହିଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେଉଛି । ସାରା ରାଜ୍ୟରେ ଫର୍ମ ପୁରଣ କରିଥିବା ୧୫,୧୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨,୨୧୦ ଜଣ ପରୀକ୍ଷାର୍ଥୀ ୫୦୪ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ୧୭ ଗୋଟି କେନ୍ଦ୍ରରେ ୨୯୧ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ସୂଚନା ମିଳିଛି । ଏହି କ୍ରମରେ ନର୍ଲ ବ୍ଲକର ନର୍ଲା ନୋଡାଲ ହାଇସ୍କୁଲରେ ୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିଲେ । ହେଲେ ଗତକାଲି ଠାରୁ ଅନୁଷ୍ଠିତ ହେଉଥିବା ୧୦ ବୋର୍ଡ ପରୀକ୍ଷାରେ ଗତକାଲି ମାତୃଭାଷା ଓଡିଆରେ ପରୀକ୍ଷାରେ ୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଆଜି ୨୦ ଜଣ ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କେହି ଫଳାଫଳକୁ ନେଇ ଅନ୍ତୋଷ ରହିଥିବା ଛାତ୍ରଛାତ୍ରୀ କେହି ନଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ନବମ ଶ୍ରେଣୀରେ ଫେଲ ରହିଥିବା ଛାତ୍ରଛାତ୍ରୀ ଅଟନ୍ତି ବୋଲି ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.