● ପ୍ରଗତି କଲେଜର ଛଅ ଜଣ ଛାତ୍ରଛାତ୍ରୀ ୯୦ରୁ ଉର୍ଦ୍ଧ୍ବ ପ୍ରତିଶତ ରଖି କୃତକାର୍ଯ୍ୟ
ଭବାନୀପାଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଖୁସବୁ ସାହୁ ୫୭୭ ମାର୍କ ରଖି ଜିଲ୍ଳା ଟପ୍ପର ହୋଇଛନ୍ତି।

ସେହିପରି ପ୍ରଗତି କଲେଜର ଛାତ୍ର ଅମିତ କୁମାର ପାଣ୍ଡେ ୫୬୬ ମାର୍କ ରଖି ଜିଲ୍ଲାରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଅମନ କୁମାର ନାଏକ ୫୫୩ ମାର୍କ, କିରଣ ଚନ୍ଦ୍ର ବାଗ ୫୪୮ ମାର୍କ, ହିମାଂଶୁ ଶେଖର ସାହୁ ୫୪୫ ମାର୍କ ଓ ଯଶୋଦା ନାଏକ ୫୪୪ ମାର୍କ ସହ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ କଲେଜର ଫଳାଫଳ ଶତ ପ୍ରତିଶତ ରହିଛି।
ସେହିପରି ୪୫ ଜଣ ଛାତ୍ରଛାତ୍ରଛାତ୍ରୀ ୫୦୦ ନମ୍ବରରୁ ଉର୍ଦ୍ଧ୍ବ, ୭୪ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ନମ୍ବରରୁ ଉର୍ଦ୍ଧ୍ବ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨୯୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାରମ୍ୟାନ ସୁଶ୍ରୀ ସଂଗୀତା ପଣ୍ଡା ଏବଂ ସମ୍ପାଦକ ଅଜୟ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି।





