କଟକ: ମୋଟର କର୍ମଚାରୀ ସଂଘ ତରଫରୁ କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରାଯାଇଛି। ଏଥିରେ ପରିବହନ ଶ୍ରମିକ ମାନଙ୍କୁ ସରକାର କରୋନାରେ ଗାଡ଼ି ବନ୍ଦ ଥିବାରୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ ସମସ୍ୟା ସମନ୍ଧରେ ଉଲ୍ଲେଖ କରାଯାଇଛି। ଆଜି ସଂଘ ତରଫରୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ଏସପି ଅଫିସ୍ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରାରେ ସମ୍ପାଦକ ଶିଶୀର ଲେଙ୍କା, ଉପସଭାପତି ବଦ୍ରିନାରାୟଣ ଦାସ, ସହ ସମ୍ପାଦକ ଗଗନ ପରିଡ଼ା, ହିରାଲାଲ୍ ପଣ୍ଡା, କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ, ରଘୁନାଥ ବାରିକ୍, ସୁବାଷ ଚନ୍ଦ୍ର ଜେନା, ପ୍ରତାପ ଚନ୍ଦ୍ର ମହାପାତ୍ର, ଜୟଦେବ ପ୍ରଧାନ, ଗୌରାଙ୍ଗ ଚରଣ ବେହେରା, ରାକେଶ ରାଉତ, ଉମେଶ ଶେଖର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।