ବିଷମକଟକ ବ୍ଳକସ୍ତରୀୟ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ବୈଠକ

● ଏସଏନପି ଦର ବୃଦ୍ଧି ସହ ଟିଏଚଆର ଓ ହଟକୁକ୍ ବିଲ୍ ତୁରନ୍ତ ପ୍ରଦାନ କରିବା ଦାବି

Omkar Vasthu
Omkar Vasthu

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ବିଷମକଟକ ବ୍ଳକ ଶାଖାର ସମସ୍ତ ସଦସ୍ୟଙ୍କୁ ନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ବ୍ଳକ ସ୍ତରୀୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବ୍ଳକ ସଭାନେତ୍ରୀ ଶ୍ରୀମତି ସାବିତ୍ରୀ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦିକା ଶ୍ରୀମତି ଭାରତୀ ବାଲା ବିବରଣୀ ପାଠ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ସଭାରେ ରାଜ୍ୟ ସାମ୍ମୁଖ୍ୟର ରାଜ୍ୟ ଉପସଭାନେତ୍ରୀ ତଥା ଜିଲ୍ଳା ସଭାନେତ୍ରୀ ଶ୍ରୀମତି ପ୍ରଭାତି ନଳେନୀ ଜେନା, ଜିଲ୍ଳା ସଂପାଦିକା ଏବଂ ଜେନରାଲ୍ କମିଟି ସଦସ୍ୟ ଶ୍ରୀମତି ସଂଧ୍ୟାରାଣୀ ବାରିକ, କୋଲନରା ବ୍ଳକ ସଭାନେତ୍ରୀ ଶ୍ରୀମତି ମମତା ଗନ୍ତାୟତ, ଜେନରାଲ କମିଟି ସଦସ୍ୟା ଶ୍ରୀମତି ଲାଲି ପାଣିଗ୍ରାହୀ, ଜୋନାଲ କମିଟି ସଦସ୍ୟା ଶ୍ରୀମତି ସ୍ନେହଲତା ମହାପାତ୍ର,ରାୟଗଡ ବ୍ଳକ ସଂପାଦିକା ସୁକାନ୍ତି ହେପ୍ରିକା, ପୂର୍ବତନ ଜିଲ୍ଳା କୋଷାଧ୍ୟକ୍ଷା ଶ୍ରୀମତି ଏମ.ଲଲିତା କୁମାରୀ, ପୂର୍ବତନ ବ୍ଳକ ସଭାନେତ୍ରୀ ସବିତା ସାହୁ, ସଂପାଦିକା ଗୀତାଂଜଳି ପାଢି, ଲକ୍ଷ୍ମୀପ୍ରିୟା ମହାନ୍ତି, ସୁଲୋଚନା , ସବିତା ଷଡଙ୍ଗୀ, କ୍ରିଷ୍ଣା କାଦମୁଲୁ, ମମତା ପ୍ରମୁଖ ଉପସ୍ଥିତ ରହିଥିଲେ।

Udyog Nursery
Udyogi Nursery


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାୟଗଡ ଜିଲ୍ଳା ସଭାପତି ତଥା ଜୋନାଲ କମିଟି ସଂଯୋଜକ ନିରଂଜନ ପାତ୍ର ଯୋଗ ଦେଇ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ଦୃଢ ସଂଗଠିତ ହେବା ପାଇଁ ଏବଂ ଆଗାମୀ ଦିନରେ କେନ୍ଦ୍ର ସରକାର ଘୋଷଣା କରିଥିବା ୧୫ହଜାର ଟଙ୍କା ଦରମା କରିବା ନିମନ୍ତେ ବ୍ଳକ, ଜିଲ୍ଲା ଏବଂ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନକୁ ତିବ୍ରତର କରିବା ନିମନ୍ତେ ଆହ୍ୱନ ଦେଇଥିଲେ। ସେହିପରି ଏସଏନପି ଦର ବୃଦ୍ଧି କରିବା, ଜୀବନ ବୀମା ଲାଗୁ କରିବା, ଅବସରକାଳୀନ ସହାୟତା ବୃଦ୍ଧି କରିବା, ଟିଏଚଆର ଟଙ୍କା ୧୫ରୁ ୧୬ମାସ ଏବଂ ହଟ୍‌କୁକ୍ ବିଲ୍ ୭ରୁ ୮ମାସ ହେବ ପ୍ରଦାନ କରାଯାଇ ନ ଥିବା ବେଳେ ତାହା ତୁରନ୍ତ ପ୍ରଦାନ କରିବା, ନୂତନ ଶିକ୍ଷାନୀତିରେ ନିଷ୍ପତି କରଣ ପ୍ରଦାନ କରିବା,ଘରଭଡା ପ୍ରଦାନ କରିବା, ନୂତନ କେନ୍ଦ୍ର ନିର୍ମାଣ କରିବା, କୋଭିଡରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିବା ଭଉଣୀମାନଙ୍କୁ ତୁରନ୍ତ ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ଓ ସମାନ କାମକୁ ସମାନ ଦରମା ଲାଗୁ କରିବା ଇତ୍ୟାଦି ଦାବିଗୁଡିକ ରାଜ୍ୟ ଉପସଭାପତି ତଥା ଜିଲ୍ଳା ସଭାନେତ୍ରୀ ଶ୍ରୀମତି ଜେନା ଏବଂ ଜିଲ୍ଳା ସଂପାଦିକା ସଂଧ୍ୟାରାଣୀ ବାରିକ ଉପସ୍ଥାପନା କରିଥିଲେ।


ଗତ ୧୯ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ସଭାକୁ ଯାଇ ରାଜ୍ୟ ସଭାନେତ୍ରୀ ଶ୍ରୀମତି ନନ୍ଦିନୀ ପଣ୍ଡାଙ୍କ ସହ ଆଲୋଚନା କରି ଆସିଥିବା ସାବିତ୍ରୀ ଓ ସୁଲୋଚନା ଉଉଣୀଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ। ବିଷମକଟକ ବ୍ଳକର ସମସ୍ତ ୩୭୦ଜଣ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ନିଜ ସ୍ୱଇଚ୍ଛାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସାମିଲ ହୋଇଥିବା ନେଇ ବିଷମକଟକ ବ୍ଳକ ସଭାନେତ୍ରୀ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ ଏବଂ ଏକ ୧୯ଜଣିଆ ଟିମ୍ ଗଠନ ହୋଇଥିବା ନେଇ ସୂଚନା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.