ରାୟଗଡ ବନ ବିଭାଗ ଓ ସଂପତ ବିନାୟକ କମିଟି ମିଳିତରେ ବୃକ୍ଷରୋପଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ପୈାର ପରିଷଦ ଅଧିନସ୍ଥ ସଂପତ ନଗର ପ୍ରଥମ ଗଳିରେ ଥିବା ନବ ନର୍ମିତ ଶ୍ରୀ ସଂପତ ବିନାୟକ ମନ୍ଦିର ପରିସରେ ସଂପତ ବିନାୟକ କମିିଟି ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କିସମର ୫୦ଗୋଟି ଚାରା ତଥା ନୀମ, ବଉଳ, ଟେକୋମା, ଚମ୍ପା, କରଂଜ, ପିସ୍ତାବାଦାମ ଇତ୍ୟାଦି ରୋପଣ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ମନ୍ଦିରର ଆଖାପାଖ ଅଂଚଳଟିକୁ କିପରି ସବୁଜ ବନାନୀରେ ପୂରଣ କରାଯିବ ତାହା ଉପରେ ପ୍ରାଂଜଳ ଭାବରେ କମିଟିର ସଭ୍ୟମାନଙ୍କ ସହ ବନ ବିଭାଗ ପକ୍ଷରୁ ଆଲୋଚନା କରାଯାଇଥିଲା । ଏହି ଅଂଚଳକୁ ଉନ୍ନତି କରାଗଲେ ଏହା ଏକ ପର୍ଯ୍ୟଟନସ୍ଥଳୀ ରୂପେ ପରିଗଣିତ ହୋଇପାରିବ ବୋଲି ଉପସ୍ଥିତ ସମସ୍ତେ ମତାମତ ପ୍ରଦାନ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀ, ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ, ଗୈାରୀଶଙ୍କର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.