ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ “ଶିକ୍ଷା ଓ ଶିକ୍ଷକ” କର୍ମଶାଳା

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର ଆନୁକୁଲ୍ୟରେ ୨ୟ ପର୍ଯ୍ୟାୟ “ଶିକ୍ଷା ଓ ଶିକ୍ଷକ” ରାଜ୍ୟ ସ୍ତରୀୟ କର୍ମଶାଳା ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବରେ ବହୁମୁଖୀ ପ୍ରତିଭାର ଅଧିକାରୀ ସୁସାହିତ୍ୟିକା ଶ୍ରୀମତୀ ବୀଣାପାଣି ଚୌଧୁରୀ ଗୁରୁଭାବରେ ଏବଂ ଅନ୍ୟତମ ଅତିଥି ସାମ୍ପ୍ରତିକ ସମୟର ପ୍ରତିଭାସମ୍ପନ୍ନ ଯୁବକବି ରଞ୍ଜନ କୁମାର ମହାନ୍ତି ଶିଷ୍ୟ ଭାବରେ ଯୋଗଦେଇ ସାହିତ୍ୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ପାଞ୍ଚ ଜଣ ଯୁବ କବି ସ୍ବରଚିତ ତଥା ସୁନିର୍ବାଚିତ କବିତା ପାଠ କରିଥିଲେ। ଦୁର୍ଲ୍ଲଭ କୁମାର ରାଉତଙ୍କ କବିତା : ବର୍ଷା (ରାଗଚୋଖି), କାଳିକୁମାରଙ୍କ କବିତା : ସେଇଠି ମୁଁ ସ୍ଵର୍ଗ ଦେଖିଛି, ଶିବାନନ୍ଦ ବାରିକଙ୍କ କବିତା : ତଥାପି କହୁଛ, ଶୁଭାଂକ୍ଷୀ ପ୍ରିୟଦର୍ଶିନୀଙ୍କ କବିତା: ଅଭିଶପ୍ତ ପ୍ରେମ ତଥା ଅରିଜିତ ମହାପାତ୍ରଙ୍କ କବିତା: ଏବେର ପ୍ରତୀକ୍ଷା ଉପସ୍ଥିତ ଶ୍ରୋତା ମାନଙ୍କୁ ବିମୋହିତ କରିଥିଲା। ଶେଷରେ ମୁଖ୍ୟ ଅତିଥି ସମସ୍ତ ସୃଷ୍ଟିର ବିଶେଷ ସମୀକ୍ଷା କରି, କବିତା ଗୁଡିକର ଭୂୟସୀ ପ୍ରଶଂସା କରିବା ସହ ଆପଣା ଶବ୍ଦ ଚାତୁରୀରେ ଉପସ୍ଥିତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଉପସ୍ଥିତ ଯୁବବର୍ଗଙ୍କୁ ସାହିତ୍ୟିକ କବି ବନ୍ଧୁ ଉପଦେଷ୍ଟା ବିଶ୍ଵେଶ୍ଵର ମାଝୀ ଉତ୍ସାହପ୍ରଦ ବାର୍ତ୍ତା ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ସମୀକ୍ଷା ପର୍ବରେ ସାମିଲ ହୋଇଥିଲେ ହୃଦୟ ରଞ୍ଜନ ପରିଡ଼ା, ଅମ୍ବିକେଶ ରାଉତ, ତପନ କୁମାର ବିଶ୍ବାଳ, ବ୍ୟଙ୍ଗକାର ସଞ୍ଜୟ କୁମାର ସାହୁ, ସ୍ନିଗ୍ଧା ସାମନ୍ତରାୟ, ପ୍ରଫୁଲ୍ଲ କୁମାର ଦାସ, ଜୁମରନାଥ ପାତ୍ର, ସଞ୍ଜୟ ସାହୁ, ବିଶ୍ୱେଶ୍ୱର ମାଝୀ,ସବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ପ୍ରଣତି ମହାପାତ୍ର, ଦେବେନ୍ଦ୍ର କୁମାର ନାଏକ, ରତିନାରାୟଣ ରାଉତ, ସମର ବଲ୍ଲଭ ଭୋଇ, ଦେବାଶିଷ ରାଉତ, ରାଜେନ୍ଦ୍ର କୁମାର ଗିରି, ଶୁଭ୍ରାଂଶୁ ଶେଖର ମାହୁନ୍ତ, ତପନ କୁମାର ପଣ୍ଡା, ନନ୍ଦିନୀ ରାଉତ, ସଫଳା ପାଢୀ, ନିବେଦିତା ମହାପାତ୍ର, ଅଂଶୁମାନ ସାହୁ, ଶ୍ରୀସିକ୍ତା ଶୁଭଦର୍ଶିନୀ, ସାଗର କୁମାର ପରିଡା, ନଗେନ୍ଦ୍ର କୁମାର ରାଉତ, ବିପିନ ବିହାରୀ ବାରିକ, ରାଜେଶ୍ଵରୀ ପଣ୍ଡା, ଶାନ୍ତିଲତା ପଣ୍ଡା, ଭରତ ଚରଣ ବେହେରା, ଶରତଚନ୍ଦ୍ର ପଣ୍ଡା, ନିରଞ୍ଜନ କରଣ, ପ୍ରଶାନ୍ତ କୁମାର ହୋତା, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ସୁରେନ୍ଦ୍ର ପତି, ତଥା ବିଭିନ୍ନ ସ୍ଥାନର ଅନେକ ଯୁବ ସାହିତ୍ୟିକ। ଏପରି ଅଭିନବ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କର ଭୂୟସୀ ପ୍ରଶଂସା କରାଯାଇଥିଲା। ଶ୍ରୀମତୀ ଗୀତା ପୁରୀଙ୍କ ଶାନ୍ତିପାଠ ପରେ ସଭା ସାଙ୍ଗ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.