ଭୁବନେଶ୍ୱର: ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡିସ କବି ଡ଼କ୍ଟର ଭବାନୀ ଶଙ୍କର ନିଆଲଙ୍କ କବିତାକୁ ସ୍ପେନିଶ ଭାଷାରେ ଅନୁଦିତ କରିଛନ୍ତି। ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡ଼ିସ ଜଣେ ଦକ୍ଷ କବି ଓ ସୁଲେଖକ ଅଟନ୍ତି ଏବଂ ତାଙ୍କ କବିତା ବିଶ୍ୱର ଅନେକ ଭାଷାରେ ଅନୁଦିତ ହୋଇଛି। ସେ ୟୁନାଇଟେଡ଼ ପୋଏଟ ଅଫ ଦ ୱାର୍ଲଡ଼ ଏଣ୍ଡ ପୋଏଟ ଥଟସର ପ୍ରସାଶକ ଅଛନ୍ତି ତଥା ସଂସ୍କୃତି, ଶାନ୍ତି ଏବଂ ମାନବତା ପାଇଁ ଅନ୍ତଃରାଷ୍ଟ୍ରୀୟ ଆମ୍ବାସାଡର ପଦରେ ଚୟନୀତ ହୋଇସାରିଛନ୍ତି। କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ଆଳବାନିୟନ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲ ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ ପ୍ଲେନାଟୋ, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ୍ ରିଶା ଏବଂ ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍ ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟ ତଥା ଜିଲ୍ଲାର ଅନେକ ମହଳରୁ ଖୁସିର ସୁଅ ଛୁଟିଛି।