ଭବାନୀପାଟଣା: ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ କଳାହାଣ୍ଡି ତରଫରୁ ଏକ ଅନଲାଇନ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାର ଗୀତିକାର, ନାଟ୍ୟକାର ତଥା ସଂଗୀତ ନିର୍ଦେଶକ ଶ୍ରୀଯୁକ୍ତ ବଦ୍ରି ମିଶ୍ର ଯୋଗଦେଇ ଓଡିଆ ସାହିତ୍ୟର ବିକାଶ ଉପରେ ଆଲୋକପାତ କରିଥିଲେ। ଏଥିରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ଵାଳ, କବି ଡ଼. ଭବାନୀ ଶଙ୍କର ନିଆଲ, ଭାରତୀ ରଥ, ଖୁସିରାମ ସାହୁ, ଦୁର୍ଗାଶଙ୍କର ଦେ, ମନ୍ମଥ ସ୍ୱାଇଁ, ସଂଗ୍ରାମ କେଶରୀ ରାଉତରାୟ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ସୌମ୍ୟରଞ୍ଜନ ଦାଶ, ନରତ୍ତମ ପାତ୍ର, ଦେବେନ୍ଦ୍ର କୁମାର ନାଏକ, ସନାତନ ମହାକୁଡ଼, ଅମୁଲ୍ୟ କୁମାର ଦାଶ ଏବଂ ଅନୁଷ୍ଠାନର ଅନେକ ବୁଦ୍ଧିଜୀବି ପ୍ରମୁଖ ସାମିଲ ଥିଲେ। ଉକ୍ତ କବିତା ଆସରରେ ଶତାଧିକ କବି ଏବଂ କବୟତ୍ରୀ ଅଂଶଗ୍ରହଣ କରି ‘ଶ୍ରାବଣରେ ଯିବା ଶିବ ମନ୍ଦିର’ ଉପରେ ନିଜର ସ୍ଵ ରଚିତ କବିତା ପାଠ କରିଥିଲେ।
ଏହି କବିତା ପ୍ରତିଯୋଗିତାରେ ବାଲେଶ୍ୱରରୁ ସୁଜାତା ଦାସ, ମମତା ମହାନ୍ତି, ଗଞ୍ଜାମରୁ କୁସୁମ କୁମାରୀ ପଣ୍ଡା, କଟକରୁ କଳ୍ପନା ରାଉତ, ଭଦ୍ରକରୁ ନିରୁପମା ପାଣି, ନୟାଗଡ଼ରୁ ନୀହାରିକା ପଣ୍ଡା, ରାୟଗଡାରୁ ସୁବାସ ଚନ୍ଦ୍ର ସାହୁ, ଦୀପକ କୁମାର ପଣ୍ଡା, ଯାଜପୁରରୁ ଲଲାଟ କେଶରୀ ବଳସାମନ୍ତ, ଗଜପତିରୁ ଡ଼. ପ୍ରିୟମ୍ବଦା ସାମଲ, ପୁରୀରୁ ଜ୍ୟୋସ୍ନା ରାଣୀ ଦାସ, ବାଲେଶ୍ୱରରୁ ପ୍ରମୋଦିନୀ ପରିଚ୍ଛା, ବରଗଡ଼ରୁ ପ୍ରକାଶ ଚନ୍ଦ୍ର ବରିହା, କଟକରୁ ରାଜକିଶୋର ମୁଣ୍ଡି, ନୟାଗଡ଼ରୁ ସବିତା ଶୁକ୍ଲା, ଭଦ୍ରକରୁ କୈଳାଶ ବେହେରା, ଅନୁଗୋଳରୁ କୁମାର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ସୁରେନ୍ଦ୍ର ଜେନା, ଗୋବିନ୍ଦ ବେହେରା, କଟକରୁ ଶ୍ଵେତପଦ୍ମା ପ୍ରଧାନ, କଳାହାଣ୍ଡିରୁ ଦୁର୍ଯ୍ୟୋଧନ ଚଣ୍ଡି, କମଳିନୀ ଚଣ୍ଡି, ବଲାଙ୍ଗୀରରୁ ଶୁଭ୍ରାଂଶୁ ଭୂଷଣ ମେହେର, ଭଦ୍ରକରୁ ସରୋଜ କୁମାର ଓଝା, ଗଜପତିରୁ ସୁରଥ ପାଇକ, ଗଞ୍ଜାମରୁ ଶଙ୍କର୍ଷଣ ତ୍ରିପାଠୀ, ପୁରୀରୁ ଚିତ୍ତରଞ୍ଜନ ପୃଷ୍ଟି, ଢେଙ୍କାନାଳରୁ ଅରୁନ୍ଧତୀ ଲେଙ୍କା, କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ନାଥ, ସୁନ୍ଦରଗଡ଼ରୁ ପ୍ରଶାନ୍ତ କିଶୋର ଚଇନି, ନୟାଗଡ଼ରୁ ଅଶୋକ କୁମାର ନାୟକ,ବାଲେଶ୍ୱର ରୁ ଜଗତେଶ୍ୱର ନାୟକ, କେନ୍ଦୁଝରରୁ ସଞ୍ଜୟ କୁମାର ସାହୁ, ଯାଜପୁରରୁ ଜଗଦୀଶ ଶତପଥୀ, କଳାହାଣ୍ଡିରୁ ନିତ୍ୟାନନ୍ଦ ସିଂହ, ଗଞ୍ଜାମରୁ ମନୋଜ କୁମାର, ବୁଲୁ ବିଷୋୟୀ, ବାଙ୍ଗାଲୋରରୁ ଦେବାଶ୍ରିତା ମିଶ୍ର, କେନ୍ଦୁଝରରୁ ଜିତେନ୍ଦ୍ର କୁମାର ପାତ୍ର, ଗଞ୍ଜାମରୁ ଚିତ୍ତରଞ୍ଜନ ଦାସ, ପ୍ରତାପ ଚନ୍ଦ୍ର ମିଶ୍ର, ସୁବର୍ଣ୍ଣପୁରରୁ ସନ୍ତୋଷ କୁମାର ଅଦାବର, ଢେଙ୍କାନାଳରୁ ସାରଙ୍ଗ ଧର ସାହୁ, କଳାହାଣ୍ଡିରୁ କବିତାଞ୍ଜଳି ପଣ୍ଡା, ପୁରୀରୁ ନିବେଦିତା ମହାପାତ୍ର, ମାଲକାନଗିରିରୁ ପ୍ରିୟମ୍ବଦା ରାଉତ, କେନ୍ଦୁଝରରୁ ରତିନାରାୟଣ ରାଉତ, କେନ୍ଦୁଝରରୁ ପ୍ରଶାନ୍ତ ଦେହୁରୀ, ଗଞ୍ଜାମରୁ ପ୍ରମିଳା ପାଣି, ମାଲକାନଗିରିରୁ ଭାବଗ୍ରାହୀ ତ୍ରିପାଠୀ ଏବଂ କଲାହାଣ୍ଡିରୁ ଭାଗିରଥି ସାଗର ପ୍ରମୁଖ ସାମିଲ ରହି ନିଜର ସ୍ୱ ରଚିତ କବିତା ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।