ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ବାରସ୍ଥ ହେଲେ ମାନଝରୀ ଗ୍ରାମପଞ୍ଚାୟତବାସୀ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ମାନଝରୀ ଗ୍ରାମପଞ୍ଚାୟତ ୧୯୬୭ରେ ଗଠନ ହେଲା ଦିନ ଠାରୁ ଗ୍ରାମପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ କେବେ ହେଲେ ଅନୂସୁଚିତ ଜାତିର ଲୋକେ ହୋଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମପଞ୍ଚାୟତବାସୀ । ଉକ୍ତ ଗ୍ରାମପଞ୍ଚାୟତର ତୁମୁରା, ମାନଝରୀ ଗ୍ରୀଣ୍ଡୋଲ ଓ ଡୁଡୁକେଲ ସମସ୍ତ ଗ୍ରାମରେ ଅନୂସୁଚିତ ଜାତିର ଜନସଂଖ୍ୟାର ଲୋକେ ରହିଥିବା ବେଳେ ନିଜର ସାମ୍ବିଧାନିକ ଅଧିକାରରେ ଗ୍ରାମପଞ୍ଚାୟତରେ ନିର୍ବାଚନ ଲଢିବାକୁ ବଞ୍ଚିତ ହେଇ ଆସୁଥିବାରୁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ଦାବୀ ପତ୍ର ଦେଇ ଏଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଦାବୀ କରିଛନ୍ତି ଗ୍ରାମପଞ୍ଚାୟତବାସୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୋଭିଡ କଟକଣା ଥିବାରୁ ଗ୍ରାମପଞ୍ଚାୟତବାସୀଙ୍କ ତରଫରୁ ସମାଜସେବୀ ତଥା ସାମ୍ବାଦିକ ବିନ୍ଦୁ ମହାନନ୍ଦ ପ୍ରତିନିଧିତ୍ୱ କରି ଉକ୍ତ ଦାବୀ ପତ୍ର ଦେଇଛନ୍ତି । ନିର୍ବାଚନର ସଂରକ୍ଷଣ ନୀତି ନିୟମ ଅନୁସାରେ ନିଶ୍ଚୟ ଅନୂସୁଚିତ ଜାତି ମାନଝରୀ ଗ୍ରାମ ପଞ୍ଚାୟତ ରେ ହେବା ଉଚିତ୍ ଓ ତୁରନ୍ତ ଆମେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଚିଠି କରୁଛୁ ବୋଲି ରାଜ୍ୟ ନିର୍ବାଚନ ଆୟୋଗର ଡେପୁଟି ସଚିବ ପ୍ରତିଶୃତି ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.