ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ରେକର୍ଡ ସଫଳତା

● ଆର୍ଯ୍ୟନ ଓ ପ୍ରିତେଶ ରଖିଲେ ୯୯%

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ପରୀକ୍ଷାର ସର୍ବୋଚ୍ଚ ସଫଳତା ପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ପାରିପାର୍ଶ୍ବିକ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।ମଙ୍ଗଳବାର (ଅଗଷ୍ଟ ୩) ସିବିଏସଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସର୍ବ ପ୍ରଥମ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରମ ଗୌରବ ବିଷୟ ଅଟେ। ସେହିପରି ସ୍କୁଲର ଦୁଇ ଜଣ ଛାତ୍ର ଆର୍ଯ୍ୟନ ହୋତା ଓ ପ୍ରିତେଶ ସୁନା ୯୯.୦ ଶତକଡା ମାର୍କ ରଖି ବିଦ୍ୟାଳୟର ଶୀର୍ଷ ସ୍ଥାନ, ବିକ୍ରମ କୁମାର ନାୟକ ୯୮.୮ ଶତକଡା ମାର୍କ ରଖି ଦ୍ୱିତୀୟ ଓ ଅଙ୍କିତ ପଟେଲ ୯୮.୨ ଶତକଡା ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି।

Omkar Vasthu
Omkar Vasthu


ସେହିପରି ୯୦ ରୁ ଉର୍ଦ୍ଧ୍ବ ଶତକଡ଼ା ମଧ୍ୟରେ ୨୨ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୮୦ ରୁ ୯୦ ଶତକଡ଼ା ମଧ୍ୟରେ ୧୭ ଜଣ ଓ ୭୦ ରୁ ୮୦ ଶତକଡା ମଧ୍ୟରେ ୧୫ ଛାତ୍ରଛାତ୍ରୀ ରହିଛନ୍ତି। ଉକ୍ତ ପରୀକ୍ଷାରେ ବିଦ୍ୟାଳୟର କୌଣସି ବି ବିଦ୍ୟାର୍ଥୀ ୬୦ ଶତକଡ଼ା ନମ୍ବରରୁ କମ ଅଙ୍କ ପ୍ରାପ୍ତ କରିନାହାନ୍ତି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ଜ୍ବଳମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.