ମୋ ସ୍କୁଲ ଅଭିଯାନ ଉପ-ନିର୍ଦ୍ଦେଶିକାଙ୍କ ରାୟଗଡ ଜିଲ୍ଳା ଗସ୍ତ

● ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହ ବିଦ୍ୟାଳୟ ଭିତ୍ତିଭୂମିର କଲେ ଅନୁଧ୍ୟାନ

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅର୍ନ୍ତଗତ ମୋ ସ୍କୁଲ ଅଭିଯାନର ଉପନିର୍ଦ୍ଦେଶିକା ଶଶ୍ମିତା ମାଳି ଦିନିକିଆ ରାୟଗଡ ଶିକ୍ଷା ଜିଲ୍ଲାକୁ ଗସ୍ତରେ ଆସି ୫ଟି ନୀତି ଅନୁଯାୟୀ ଜିଲ୍ଳାର ୭ଟି ଆକାଂକ୍ଷି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଏବଂ ବିଦ୍ୟାଳୟ ଭିତିଭୂମିର ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତରେ ତାଙ୍କ ସାଥିରେ ସହକାରୀ ନିର୍ଦ୍ଦେଶିକା ତଥା ପ୍ରକଳ୍ପ ଅଧିକାରୀ ସୁନନ୍ଦା ମେକାପ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ପୂର୍ବାହ୍ନରେ ପ୍ରଥମେ ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ତିନୋଟି ସ୍ମାର୍ଟକ୍ଳାସ, ଇ-ପାଠାଗାର ଓ ବିଞାନ ପାଠାଗାରର ନିର୍ମାଣ କାର୍ଯ୍ୟଗୁଡିକର ଅନୁଧ୍ୟାନ କରିଥିଲେ ।

Omkar Vasthu
Omkar Vasthu


ପରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀ ପ୍ରଧାନ ଏବଂ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ସହ ବିଦ୍ୟାଳୟର ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟକ୍ଳାସରେ ଆଗାମୀ ଦିନରେ ପାଠପଢି ଭବିଷ୍ୟତରେ ସେମାନେ ମଧ୍ୟ ସ୍ମାର୍ଟ ହୋଇ ଏକ ଗୁଣାତ୍ମକ ବିଦ୍ୟାର୍ଥୀର ପରିଚୟ ସୃଷ୍ଟି କରି ଜୀବନରେ ସଫଳତା ପାଇବା ପାଇଁ ପରାମର୍ଶ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟ ସରକାରଙ୍କ ୫ଟି ଅନୁଯାୟୀ ମୋ ସ୍କୁଲ ଅଭିଯାନ ଯୋଜନା ଅର୍ନ୍ତଗତ ଜିଲ୍ଳାରେ ପ୍ରଥମ ପର୍ଯ୍ୟାୟରେ ୭ଟି ଆକାଂକ୍ଷୀ ଉଚ୍ଚ ବିଦ୍ୟାଳୟର ଭିତିଭୂମି ସୁଦୃଢ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ନୂତନ ଜ୍ଞାନକୈାଶଳ ନିମିତ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ଯୋଜନା ରହିଥିବା ବେଳେ ଜିଲ୍ଳାପାଳଙ୍କ ତତ୍ୱାବଧାନରେ ମୋ ସ୍କୁଲ ଅଭିଯାନର ସମସ୍ତ ନିର୍ମାଣ କାର୍ଯ୍ୟ ଜାରି ରହିଛି ଏବଂ ଏହା ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ସମାପ୍ତ ହୋଇ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ବୋଲି ଉପନିର୍ଦ୍ଦେଶକ ଶଶ୍ମିତା ମାଳି ପ୍ରକାଶ କରିଥିଲେ ।

Udyog Nursery
Udyogi Nursery


ରାୟଗଡ ଶିକ୍ଷା ଜିଲ୍ଳାର ୭ଟି ଆକାଂକ୍ଷୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ରାୟଗଡ ସହରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୋତାପେଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉଗ୍ରତାରା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଶିକରପାଇ, ରାମନାଗୁଡା, କାଶିପୁର ଓ ଦୁର୍ଗୀର ସରକାରୀ ହାଇସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ୫ଟି ନୀତି ଅନୁଯାୟୀ ମୋ ସ୍କୁଲ ଅଭିଯାନରେ ଅର୍ନ୍ତଭୁକ୍ତ କରାଯାଇ ଭିତ୍ତିଭୂମି ସୁଦୃଢ କରାଯିବ ବୋଲି ଜଣାପଡିଛି । ରାୟଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ ପରେ ଉପନିର୍ଦ୍ଦେଶିକା କୋତାପେଟା, କୁମୁତଲପେଟା ଉଗ୍ରତାରା ହାଇସ୍କୁଲ, ଶିକରପାଇ, କାଶିପୁର ଗସ୍ତ କରିଥିଲେ । ଏହି ଗସ୍ତ ବେଳେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ସାଇନ୍ସ ସୁପରଭାଇଜର୍ ମନୋଜ ଗଉଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.