● ଦୁର୍ଗମ ଅଞ୍ଚଳରେ ମାଓବାଦୀଙ୍କ କାୟା ବିସ୍ତାର
ଲାଞ୍ଜିଗତ: ନିୟମଗିରି ଅଞ୍ଚଳରେ ମାଓବାଦୀ ସଂଗଠନ ନିଜର ସ୍ଥିତି ଜାହିର କରୁଥିବା ବେଳେ ଅନେକ ସମୟରେ ପୋଲିସର ଖବର ଦାତା ଭାବରେ ଅନେକ ଲୋକଙ୍କୁ ଚେତାବନୀ ଦେବା ସହ ହତ୍ୟା ମଧ୍ୟ କରିଛନ୍ତି। କିଛିମାସର ବ୍ୟବଧାନ ପରେ ନିଜର ସ୍ଥିତି ଜାହିର କରିଛି ଲାଲ ବାହିନୀ। ଲାଲବାହିନୀ ର ଗତିବିଧିକୁ ଦେଖି କୋମିଙ୍ଗ ଅପରେସନ ଜୋରଦାର କରାଯାଇଥିବା ବେଳେ ଆଜି ତ୍ରିଲୋଚନପୁର ସିଆରପିଏଫ୍ ବାଟାଲିୟନ ମାଓ ସାମଗ୍ରୀ ଜବତ୍ କରିଛି।
ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ନିୟମଗିରି ପାହାଡ ତାଡିଝୁଲା ଗାଁ ନିକଟସ୍ଥ ଜଙ୍ଗଲରେ ଏହି ମାଓ ସାମଗ୍ରୀ ଜବତ୍ କରିଛନ୍ତି ସିଆରପିଏଫ୍ ଯବାନମାନେ। ୨ ଗୋଟି ଦେଶି ବନ୍ଧୁକ, ପଲିଥିନ ୫ଗୋଟି, ତାର ଏକ ବଣ୍ଡଲ, ଜେନେଟିକ ଷ୍ଟିକ ୩୫ଟି, ଲୁଜ ଓୱେର ୧୦ ମିଟର, ରିମୋଟ କଣ୍ଟ୍ରୋଲ ଗୋଟିଏ, ଟେପ ରେକର୍ଡ ଗୋଟିଏ, ଷ୍ଟିଲ କଣ୍ଟେନର ୩ଟି, ୟୁରିଆ ୧୫ କେଜି, ଦେଟୋନେଟର ୫୦ଟି, ଟର୍ଚ୍ଚ ଲାଇଟ୍ ୪ଟି, ସେଲଟେପ ୩ଟି, ପ୍ଲାଷ୍ଟିକ ରଶି ୫୦ ମିଟର, ଛତା ୨ଟି, ନିପୋ ବେଟେରୀ ୩ଟା, ମାଓ ବ୍ୟାନର ଗୋଟିଏ ଜବତ୍ କରିଛନ୍ତି।
ଏହି ଜବତ୍ ସାମଗ୍ରୀକୁ ସିଆରପିଏଫ୍ ଜବାନ ମାନେ ତ୍ରିଲୋଚନପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପକୁ ଆଣି ସେକେଣ୍ଡ ଇନ୍ କମାଣ୍ଡେଣ୍ଟ୍ ନିତୁ ରାୟ, ଆସିଷ୍ଟେଣ୍ଡ କମାଣ୍ଡେଣ୍ଟ୍ ପ୍ରବୀଣ ନେଲୱଲ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ।ପରେ ଏହି ସାମଗ୍ରୀକୁ ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସକୁ ହସ୍ତାନ୍ତର କରିଥିଲେ। ତେବେ ବେଶ କିଛି ଦିନର ନୀରବତା ପରେ ନିୟମଗିରି ଅଞ୍ଚଳରେ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିଥିବା ବେଳେ ନିୟମଗିରି ଅଞ୍ଚଳବାସୀ ପୁଣିଥରେ ମାଓବାଦୀଙ୍କର ଚଳ ପ୍ରଚଳକୁ ନେଇ ଭୟଭୀତ ହୋଇ ପଡିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in