କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ମଣ୍ଡଳ ଦିବସ ସମାରୋହ

କଳାହାଣ୍ଡି, (କ୍ଷମାନିଧି ମହାକୁଡ): ଭବାନୀପାଟଣା ବ୍ଲକ କୁଟ୍ରୁଖମାର ଠାରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ୩୧ତମ ମଣ୍ଡଳ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଅତିଥି ଭାବେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜିଲ୍ଲା ଯୁବ ଯାଦବ ମହାସଭାର ଉପଦେଷ୍ଟା ଜଗଦୀଶ ଯାଦବ ଓ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପଦେଷ୍ଟା ଆଦିତ୍ୟ ହଂସ ଯୋଗଦେଇ ମଣ୍ଡଳ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu


ସାମାଜିକ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ ବି.ପି. ମଣ୍ଡଳଙ୍କ କାର୍ଯ୍ୟଧାରା ସହ ଓବିସି ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା, ପଛୁଆ ବର୍ଗକୁ ଅବହେଳା, ମଣ୍ଡଳ କମିଶନକୁ ପୂର୍ଣ୍ଣ ଭାବେ ଲାଗୁ କରିବା ଆଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଜିଲ୍ଲା ଯୁବ ଯାଦବ ଗଣମାଧ୍ୟମ ସଂଯୋଜକ ସୁରଥ ହେର୍ଣ୍ଣା,

Udyog Nursery
Udyogi Nursery


ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ସଭାପତି ଡିଲେଶ କୁମାର ନାଗ, କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଅଶୋକ ପୋଢ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, ଜୁନାଗଡ ଏନ୍ଏସି ସଭାପତି କାଶିନାଥ ଘି, କୁଟ୍ରୁଖମାର ଆଞ୍ଚଳିକ ଯାଦବ ସଭାପତି କରୁଣା ଚଣ୍ଡିଙ୍କ ସମେତ ଯୁବ ଯାଦବ ଉତ୍ସବ ଚଲାନ ପ୍ରକାଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।


ଯୁବ ଯାଦବ ତୁଲମଣି ନାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.