ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଆଲୁମିନିୟମ ପାଉଡର ବୋଝେଇ ଟ୍ରକ

ରାୟଗଡ, (ଶିବ ନାରାୟଣ ଗୈାଡ): ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଲା ଆଲୁମିନିୟମ ବୋଝେଇ ଟ୍ରକ । ଘଟଣାଟି ଦେଖିବାକୁ ମିଳିଛି ରାୟଗଡ-ପୀତାମହଲ ମୁଖ୍ୟ ରାସ୍ତାର ବଙ୍ଗାଳି ଢାବା ନିକଟରେ । ତେବେ ଏହି ଦୁର୍ଘଟଣାରେ କେହି ଆହାତ ହୋଇ ନ ଥିବା ଜଣାପଡିଛି । ବିଶାଖାପାଟଣମରୁ ଉତରପ୍ରଦେଶର ରଣପୁଟକୁ ଆଲୁମିନିୟମ ପାଉଡର ବୋଝେଇ ନେଇ ଯାଉଥିବା ସମୟରେ ପୀତାମହଲ ଛକ ଅତିକ୍ରମ କରି ଦ୍ରୁତ ଗତିରେ ରାୟଗଡ ଅଭିମୁଖେ ଆସୁଥିବା ବେଳେ ଏଚପି ଗ୍ୟାସ ବୋଟେଲିଂ ପ୍ଳାଂଟ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଥିବା ବଙ୍ଗାଳି ଢାବାରୁ ଅଳ୍ପ ଦୂରରେ ଭାରସାମ୍ୟ ହରାଇ ଆଜି ସଂଧ୍ୟାରେ ଟ୍ରକଟି ରାସ୍ତାକଡରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ଶେଷଖାଲ ଥାନା ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରକ ଡ୍ରାଇଭର ବିଜୟ ସିଂ ଓ ହେଲପର ଦୁହେଁ ସୁରକ୍ଷିତ ଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.