ସନ୍ଦେହଜନକ ସ୍ଥିତିରେ ବୃଦ୍ଧ ବ୍ୟକ୍ତିଙ୍କ ଶବ ଉଦ୍ଧାର

କୋକସରା, (ହିରଣ୍ୟ ବେହେରା): କୋକସରା ଥାନା ଡାଲଗୁମା ଗ୍ରାମର ବ୍ରଜ କିଶୋର ଧାରୁଆଙ୍କ ଶବ ଆଜି ନିଜ ଘରୁ ପ୍ରାୟ ୫ ଶହ ମିଟର ଦୂର ଏକ ଘରର କନ୍ଥା ଶୁଖେଇବା ବାଉଁଶରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ପାହାନ୍ତିଆରୁ ଘର ବାରଣ୍ଡା ଝାଡୁ କରିବା ସମୟରେ ମହିଳା ଜଣକ ଝୁଲନ୍ତା ଅବସ୍ଥାରେ ଶବକୁ ଦେଖି ଡରି ଯାଇ ଘରର ସମସ୍ତଙ୍କୁ ଜଣେଇ ଥିଲେ। ପରିବାର ସଦସ୍ୟ ଶବକୁ ଚିହ୍ନି ସେହି ପରିବାରକୁ ଜଣେଇଥିଲେ।ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀ ପିଲା ମୃତ୍ୟୁ ସ୍ଥଳ ଆସି ଆଶ୍ଚର୍ଯ୍ୟ ହୋଇ ଭାଙ୍ଗିପଡ଼ିଥିଲେ। କୌଣସି କାରଣ ନ ଥାଇ ସ୍ୱାମୀଙ୍କ ଏପରି ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର ବର୍ଗ। ଏହା ଆତ୍ମ ହତ୍ୟା ନୁହେଁ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହେଉଛି।ଘଟଣା ସ୍ଥଳରେ କୋକସରା ପୋଲିସ ଏଏସଆଇ ମନୋରଞ୍ଜନ ଆଚାର୍ଯ୍ୟ ଓ ଜନ୍ମେଜୟ ବାଗ ଆସି ସ୍ଥିତି ପରଖି ଥିଲେ, ହେଲେ ପରିବାର ପକ୍ଷରୁ ସାଇଣ୍ଟିଫିକ ଟିମକୁ ଡାକିବାକୁ ଅନୁରୋଧ କରିବାରୁ ସାଇଣ୍ଟିଫିକ ଟିମ ଆସି ସ୍ଥିତି ପରଖି ଶବକୁ ପରିବାର ସହାୟତାରେ ଉଦ୍ଧାର କରାଯାଇଛି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ପଦାକୁ ଆସିବ ଓ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଏଏସଆଇ ଆଚାର୍ଯ୍ୟ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.