ଗୁଣପୁର ଆଦିବାସୀ ପଡ଼ିଆରେ ବିଶ୍ବ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଗୁଣପୁର ଆଦିବାସୀ ପଡିଆଠାରେ ଗାଡେବନ୍ଧ ପଞ୍ଚାୟତର ଆଦିବାସୀ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ରଣଜୀତ ମାଝୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଆଦିବାସୀ ସଂଘ ସଭାପତି ଅମର ସିଂ ମାଝୀ, କମଲ ମୈଦାନ ସଭାପତି ଦୂର୍ଯ୍ୟୋଧନ ମାଝୀ, ନିଶାଣପୁର ସଭାପତି ବୈଦ୍ୟନାଥ ମାଝୀ, ଗାଡେବନ୍ଧ ସଭାପତି କୈଳାସ ଚନ୍ଦ୍ର ମାଝୀ, ସରପଞ୍ଚ ଟିକେଶ୍ବରୀ ମାଝୀ ପ୍ରମୁଖ ଯୋଗଦେଇ ବିଶ୍ବ ଆଦିବାସୀ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବାସହ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଜଳ, ଜମି, ଜଙ୍ଗଲ ସହ ଆଦିବାସୀଙ୍କ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାବିତ କ୍ଷିତୀଶ ଚନ୍ଦ୍ର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଜିବ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଭାବେ ନର୍ଲା ପଞ୍ଚାୟତ ଆଦିବାସୀ ସଂଘ ପକ୍ଷରୁ ନର୍ଲା ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରଣଜୀତ ମାଝୀ, ଅମର ସିଂ ମାଝୀ, ଦୂର୍ଯ୍ୟୋଧନ ମାଝୀ, ମଙ୍ଗଳ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

● ବିଶ୍ବ ଆଦିବାସୀ ଦିବସ ପାଳନର ଇତିହାସ 

ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରିଆସୁଥିବା ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୧୯୯୨ ମସିହା ଅଗଷ୍ଟ ୯ ତାରିଖରୁ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଉଛି। ଏଠାରେ ସୂଚନାଯୋଗ୍ୟଯେ, ୧୯୮୨ରେ ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ର କାର୍ଯ୍ୟକର୍ତ୍ତା (UNWGEP) ଗଠନ ହେଲା ଯାହାର ପ୍ରଥମ ବୈଠକ ୯ ଅଗଷ୍ଟ ୧୯୮୨ ଅନୁଷ୍ଠିତ ହୋଇଥିଲା । ବିଶ୍ଵର ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ମାନେ ବେକାରି, ଗରିବୀ, ଶିକ୍ଷା ସ୍ଵାସ୍ଥ୍ୟ ଆଦିରେ ଅବହେଳିତ ହୋଇ ରହିଥିବାରୁ ୧୯୯୪ ମସିହା ଅଗଷ୍ଟ ୯ ତାରିଖରେ ଜେନିଭା ଠାରେ UNWGEP କାର୍ଯ୍ୟକର୍ତ୍ତା ପ୍ରଥମକରି ବିଶ୍ବ ଆଦିବାସୀ ଦିବସ ପାଳନ କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.