ଗେଟିପଡା ନାଳକୁ ପ୍ରଦୁଷିତ କରିବ ଜେକେ କାଗଜ କଳର ଦୂଷିତ ପାଣି

● ଜିଲ୍ଳାପାଳଙ୍କୁ ଅଭିଯୋଗ ଜଣାଇଲେ ଗେଟିପଡା ଗ୍ରାମବାସୀ

ରାୟଗଡ, (ଶିବ ନାରାୟଣ ଗୈାଡ): ନାଗାବଳୀ ନଦୀରେ କାରଖାନାର ଦୂଷିତ ଜଳ ନିଷ୍କାସନ କରି ନଦୀ ଜଳକୁ ପ୍ରଦୂଷିତ କରୁଥିବା ନେଇ ଜେକେ କାଗଜ କଳ ନାମରେ ପୂର୍ବରୁ ଅଭିଯୋଗ ରହିଥିବା ବେଳେ ବର୍ତମାନ ପୁଣିଥରେ ଗେଟିପଡା ଗ୍ରାମବାସୀ ବ୍ୟବହାର କରୁଥିବା ଏକ ନାଳରେ କମ୍ପାନୀ ନିଜ ଟାଉନସିପରୁ ନିର୍ଗତ ହେଉଥିବା ଦୂଷିତ ଜଳକୁ ଉକ୍ତ ନାଳରେ ଛାଡିବା ପାଇଁ ଯୋଜନା କରିବା ସହ ବେଆଇନ ଭାବେ ଗାତ ଖୋଲି ଡ୍ରେନ୍ ବ୍ୟବସ୍ଥା ଚଳାଉଥିବା ଅଭିଯୋଗ ହୋଇଛି । ଏ ନେଇ ଗେଟିପଡା ଗ୍ରାମବାସୀ ପକ୍ଷରୁ ତୁରନ୍ତ ଡ୍ରେନ କାମ ବନ୍ଦ କରାଯିବ ସହ ଗେଟିପଡା ଗ୍ରାମବାସୀଙ୍କ ପରିବେଶ ଓ ସ୍ୱାସ୍ଥ୍ୟ ସଂପଦ ରକ୍ଷା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳା କାର୍ଲାକଣା ଗ୍ରାମ ପଂଚାୟତ ଅଧିନସ୍ଥ ଗେଟିପଡା ଗ୍ରାମ ନିକଟରେ ଏକ ଛୋଟିଆ ନାଳ ପ୍ରବାହିତ ହେଉଅଛି । ବର୍ଷାଦିନେ ତଥା ନାଳରେ ଜଳସ୍ତର ଥିବା ସମୟରେ ଗ୍ରାମବାସୀମାନେ ଗାଧୁଆ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିତ୍ୟକର୍ମ ପାଇଁ ଉକ୍ତ ନାଳ ଉପରେ ନିର୍ଭର କରିଥାନ୍ତି । ଏପରିକି ନାଳରେ ଜଳସ୍ତର କମିଗଲେ ତଥା ଶୁଖିଗଲେ ଏହାର ଶଯ୍ୟାରେ ଚୁଆଁ ଖୋଲି ପାଣି ବ୍ୟବହାର କରିଥାନ୍ତି । ଉକ୍ତ ନାଳ ଉପରେ ଗେଟିପଡା ଗ୍ରାମବାସୀଙ୍କ ସହ ତଳମୁଣ୍ଡରେ ଥିବା ଜଗନ୍ନାଥଗୁଡା ଓ କେତୋଟି ବସ୍ତିର ଲୋକମାନେ ମଧ୍ୟ ନିର୍ଭର କରିଥାନ୍ତି । ନାଗାବଳୀ ନଦୀରେ ଏହି ନାଳଟି ମିଶୁଥିବା ବେଳେ ଗେଟିପଡା ଗ୍ରାମ ନିକଟରେ ଥିବା ଜିଲ୍ଳାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳ ବେଆଇନ ଭାବେ ନିଜ ଟାଉନସିପର ଦୂଷିତ ଜଳକୁ ଏହି ନାଳରେ ଛାଡିବା ପାଇଁ ଯୋଜନା କରୁଥିବା ନେଇ ଦାବିପତ୍ରରେ ଅଭିଯୋଗ ଉଲ୍ଲେଖ ରହିଛି । ଗେଟିପଡା ଗ୍ରାମବାସୀଙ୍କ ବିରୋଧ ସ୍ୱତେ ଜେକେ କାଗଜ କଳ କର୍ତୁପକ୍ଷ ବେଆଇନ ଭାବେ ବଳପୂର୍ବକ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଉଲ୍ଳେଖ କରାଯାଇଛି । ଜେକେ କାଗଜ କଳର ଏହି ଯୋଜନା କାର୍ଯ୍ୟକାରୀ ହେଲେ ନାଳର ପାଣି ଓ ଶଯ୍ୟା ପ୍ରଦୂଷିତ ହେବ ଏବଂ ବିଭିନ୍ନ ପ୍ରକାର ରୋଗରେ ଅଂଚଳବାସୀ ସଂକ୍ରମିତ ହେବେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଦୂଷିତ ଜଳ ନାଗାବଳୀ ନଦୀରେ ପୁଣି ମିଶିଲେ କେବଳ ଗେଟିପଡା ନୁହେଁ ନଦୀ ତଟର ଅନେକ ଗ୍ରାମବାସୀ ଏହି ଜଳକୁ ବ୍ୟବହାର କରି ପ୍ରଭାବିତ ହେବେ । ପୂର୍ବରୁ ଜେକେ କାଗଜ କଳର ନିଷ୍କାସିତ ଆର୍ବଜନ ତଥା କାଗଜ ମଣ୍ଡ,ଚୂନ ଓ ପ୍ଳାଂଇଆସ୍ ଦ୍ୱାରା ନାଳର ଉପରମୁଣ୍ଡ ଅଧାରୁ ଅଧିକ ପୋତି ହୋଇଯାଇଥିବା ନେଇ ଗେଟିପଡା ଗ୍ରାମର ୱାର୍ଡମେମ୍ବର, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ତାଣ୍ଡି, ଅର୍ଜୁନ ତାଣ୍ଡି, ରାଜେଶ ତାଣ୍ଡି, ନାରାୟଣ ବାଗ, ଦାପା ସାଗର, କସ୍ତୁରୀ ନାୟକ, ରାନୁ ତାଣ୍ଡି, ଦୁର୍ଯ୍ୟୋଧନ ନାୟକ, ଭାଗ୍ୟବାନ ଗୈାଡ, ଅଭି କୁମାରୀଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଅଭିଯୋଗ ପତ୍ରରେ ସ୍ୱାକ୍ଷର କରି ଉଲ୍ଲେଖ କରିଛନ୍ତି । ଅପରପକ୍ଷେ ଏ ନେଇ ଜେକେ କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ କହିଛନ୍ତି ଯେ,ବର୍ଷା ଦିନେ ରାସ୍ତା ଉପରେ ଯେଉଁ ବର୍ଷାଜଳ ପ୍ରବାହିତ ହେଉଛି ତାହାକୁ ନିଷ୍କାସନ କରି ଉକ୍ତ ନାଳରେ ଛାଡିବା ପାଇଁ ବ୍ୟବସ୍ଥା ହେଉଥିବା ବେଳେ ନାଳରେ କୈାଣସି ଦୂଷିତ ଜଳ ଛଡାଯିବାର ଯୋଜନା କରାଯାଉନାହିଁ ବୋଲି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.