ଯୁବତୀଙ୍କୁ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା ଅଭିଯୋଗ

ଥୁଆମୂଲ ରାମପୁର, (ଦୁର୍ଗା କିର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଗୋଦ୍ରାମସ୍କା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା।ଗ୍ରାମର ଅବିବାହିତା କଳାବତୀ ନାଏକ(୪୫) ନିଜ ଘରେ କେହି ନଥିବାବେଳେ ଘରର ଏକ କାଠ ପାଟିରେ ନିଜ ପିନ୍ଧିଥିବା ହଳଦିଆ ରଙ୍ଗର ଶାଢୀକୁ ବେକରେ ଫାସ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଥୁଆମୂଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୁଚନା ଅନୁସାରେ ଥୁଆମୂଳ ରାମପୁର ଥାନା ଅଧିନ ଗୋଦ୍ରାମସ୍କା ଗ୍ରାମର ଅବିବାହିତା ଯୁବତୀ କଳାବତୀ ନାଏକ ଗତ ତିନିମାସ ତଳେ ଜୟପାଟଣା ବ୍ଲକରେ କାର୍ଯ୍ୟରତ ପିଇଓ ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ଗ୍ରାମର ନିରାକର ନାୟକ ବ୍ୟକ୍ତି ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ଜୟପାଟଣା ଥାନାରେ ଏକ ମାମଲା ରୁଜୁ ହେଲାପରେ ଅଭିଯୁକ୍ତ ନିରାକାରକୁ ଜେଲ୍ ପଠାଇଥିଲେ।ଗତ କିଛିଦିନ ତଳେ ନିରାକାର ବେଲ୍ ପାଇ ଘରକୁ ଫେରିଥିଲା।ପରେ କଳାବତୀ ନିରାକାର ଘରକୁ ଯାଇ ସ୍ତ୍ରୀର ମାନ୍ୟତା ମାଗିଥିଲା। ଯଦି ସ୍ତ୍ରୀର ମାନ୍ୟତା ନଦେଲେ ଆତ୍ମହତ୍ୟା କରିବ ବୋଲି ନିରାକାରକୁ କହିଥିଲା। ଏଥିପାଇଁ ନିରାକାର ଦାୟୀ ରହୀବ ବୋଲି ନିଜ ପରିବାର ଲୋକଙ୍କ ସମେତ ନିରାକାରକୁ କହିଥିବା ନେଇ କଳାବତୀର ପୁତୁରା ଘନଶ୍ୟାମ ନାଏକ ପୋଲିସକୁ ସୂଚନା ଦେଇଛି।

Omkar Vasthu
Omkar Vasthu


ସୋମବାର ଦିନ ପ୍ରାୟ ୧୧ ଟା ସମୟରେ ନିଜ ସ୍ତ୍ରୀ ସହିତ ଘରକୁ ଫେରିଲା ପରେ କଳାବତୀ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖି ତୁରନ୍ତ କବାଟ ଭାଙ୍ଗି ପଶି ଉଦ୍ଧାର କରି ସାରିଥିଲା ବେଳେ ପୁର୍ବରୁ ତାର ମୃତ୍ୟୁ ହୋଇ ସାରିଥିଲା ବୋଲି ଘନଶ୍ୟାମ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛି। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥୁଆମୂଳ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.