ପଞ୍ଚାୟତ ସ୍ତରୀୟ ଫେଡେରେସନ ବୈଠକ

କଳାହାଣ୍ଡି, ୨୬|୮ (ନରୋତ୍ତମ ସେଲମା): କର୍ଲମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କ୍ରାଫ୍ଟକେ ପ୍ରକଳ୍ପ ଜରିଆରେ ପଂଚାୟତ ସ୍ତରୀୟ ଫେଡରେସନ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟେରଚାପଲା, ଶୀଷାଖଲ, ସିଲେଟପଡା, କାର୍ଣ୍ଣିଖୁଣ୍ଟି , ବିଜାପାଟି ପ୍ରଭୁତି ଗାଁର ତିରିଶ ଜଣ ଗ୍ରାମ ବିକାଶ କମିଟିର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପଞ୍ଚାୟତ ସ୍ତରୀୟ ଫେଡରେସନ ସଭାପତି ଭାବେ ଦ୍ରୋଣ ସାହୁ, ଉପସଭାପତି ଭାବେ ଆକାଶୀ ମାଝୀ, ସମ୍ପାଦକ ଭାବରେ ତେଜରାଜ ତାଣ୍ଡି, ସହ ସମ୍ପାଦକ ଗୋୖରୀ ଦୀପ ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ବାଗ ମନୋନୀତ ହୋଇଥିଲେ। ଫେଡରେସନ ତରଫରୁ ଆଗାମୀ ଦିନରେ ଗାଁ ସମସ୍ୟାକୁ ପଲ୍ଲୀ ସଭା, ଗ୍ରାମ ସଭା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନେବା ଓ ଜଙ୍ଗଲ ସୃଷ୍ଟି, ଜଳ ସୁରକ୍ଷା, ଜୈବିକ ପଦ୍ଧତିରେ ଚାଷ କରିବା ତଥା ଚାଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଗାଁ ସ୍ତରରେ ଲୋକଙ୍କୁ ଏକଜୁଟ କରାଯିବ ବୋଲି ସଭାପତି ଦ୍ରୋଣ ସାହୁ କହିଛନ୍ତି। ବୈଠକରେ ବ୍ଲକ ଫେଡରେସନର ସଭାପତି ଜୀବର୍ଦ୍ଧନ ସାହୁ, ସଂପାଦକ ଭୁପିନ୍ଦର ଚୌଧୁରୀ, ଉପଦେଷ୍ଟା କମିଟିର ଅଧ୍ୟକ୍ଷ ନନ୍ଦିକିଶୋରମାଝୀ ଓ ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.