ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ଆଭାସୀ ସମ୍ପାନ

କଳାହାଣ୍ଡି, ୨୭|୮ (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗ ଓ IQAC ମିଳିତ ଆନୁକୂଲ୍ୟରେ ଇଂରାଜୀ ବିଭାଗ ମୁଖ୍ୟା ଶତରୁପା ମିଶ୍ର ଏବଂ IQAC ସଂଯୋଜକ ଡ. ରଜନୀକାନ୍ତ ଜେନାଙ୍କ ମିଳିତ ସହଯୋଗରେ ଏକଦିବସୀୟ ଜାତୀୟ ସ୍ତରୀୟ ଆଭାସୀ ସମ୍ପାନ ଆୟୋଜିତ ହୋଇଯାଇଛି। ଏହି ସମ୍ପାନକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ। ଇଂରାଜୀ ବିଭାଗ ମୁଖ୍ୟା ଶତରୁପା ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ସଙ୍ଗେସଙ୍ଗେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ତଥା ପାଠଚକ୍ର ବିଶେଷଜ୍ଞ ଭାବେ ଯୋଗଦେଇଥିଲେ ପ୍ରଫେସର ଜି. ରାଜଗୋପାଳ, ପୂର୍ବତନ ଡିନ, ସ୍କୁଲ ଅଫ ଇଂଲିଶ ଲlଙ୍ଗୁଏଜ ଏଜୁକେସନ, ଏଫ୍ଲୁ (EFLU), ହାଇଦ୍ରlବାଦ। ସମ୍ପାନର ବିଷୟ “ଉପଯୁକ୍ତ ଯୋଗାଯୋଗ ପାଇଁ ଉତ୍ତମ କଥିତ ଇଂରାଜୀ” (Better Spoken English for Better communication) ଉପରେ ବିଶେଷଜ୍ଞ ପ୍ରଫେସର ରାଜଗୋପାଳ ବିଷଦ ବିଶ୍ଳେଷଣ କରିଥିଲେ। ଇଂରାଜୀ ସ୍ୱର ଏବଂ ବ୍ୟଞ୍ଜନ ଧ୍ଵନିର ଆକର୍ଷଣୀୟ ଓ ଚିତ୍ତାକର୍ଷକ ଉଚ୍ଚାରଣରେ ସମସ୍ତଙ୍କୁ ମୋହିତ କରିଥିଲେ। ସ୍ପଷ୍ଟ ଓ ମାର୍ଜିତ ଇଂରାଜୀ ଉଚ୍ଚାରଣ ପାଇଁ ଏହାର ବ୍ୟବହାର ଓ ପ୍ରଚେଷ୍ଟିତ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ଇଂରାଜୀ ଶବ୍ଦର ଉଦାହରଣ ମାଧ୍ୟମରେ ଯଥା – Master, Tomato, Word, World, ଇତ୍ୟାଦି ଶବ୍ଦକୁ ସ୍ପଷ୍ଟ ଉଚ୍ଚାରଣ କରି ଏହାର ଶୈଳୀ ସମ୍ପର୍କରେ ଅବଗତ କରେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ନିଜର ଅଭିଭାଷଣରେ ଇଂରାଜୀ କଥିତ ଭାଷାର ଗୁରୁତ୍ୱ ସମ୍ପର୍କରେ ମତାମତ ରଖିବା ସହିତ ଇଂରାଜୀ ଭାଷାକୁ କଷ୍ଟକର ମନେକରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମ୍ପାନ ନିହାତି ସହାୟକ ହେବ ବୋଲି ମତ ରଖିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟା ନଳିନୀ ବାଗ ସମ୍ପାନକୁ ସମ୍ପୂର୍ଣ୍ଣ ସଂଯୋଜନା କରିବା ସହିତ ଇଂରାଜୀ ଅଧ୍ୟାପକ ଧୀରେଶ ଚନ୍ଦ୍ର ନନ୍ଦ ପରିଶେଷରେ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଷୟିକ ପରିଚାଳନା ଦାୟିତ୍ୱରେ ଆଦିତ କୁମାର ପାତ୍ର ଥିଲେ। ତତ ସଙ୍ଗେସଙ୍ଗେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ। ୧୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ ଅଧ୍ୟାପିକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଆଭାସୀ ସମ୍ପାନକୁ ସଫଳ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.