କଳାହାଣ୍ଡି,୨୦/୨: ମାତ୍ର ୩୦ ମିନିଟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ବଡ ଧରଣର କ୍ଷତି ହୋଇନଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଜୁନାଗଡ ବ୍ଲକ ଜାରିଙ୍ଗ ପାଖରେ ଏକ ବୋଲେରୋ (OR08C6633) ଓ ଏକ ମୋଟରସାଇକେଲ (OD08G8564) ମୁହାଁମୁହିଁ ଧକ୍କା ହୋଇ ବୋଲେରୋ ଓଲଟି ପଡିଥିଲା। ଫଳରେ ଉଭୟ ଗାଡିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ନିଆଯାଇଥିବା ଜଣାପଡିଛି।