ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର: ସୋମବାର ଦିନ ବିଦ୍ୟାଳୟ ଖୋଲିବା ନେଇ ଜାରି ହୋଇଛି ମାର୍ଗଦର୍ଶିକା । ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୨୧ ତାରିଖ ପରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲାଯିବ । ତେବେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୂଜା ଛୁଟି ସରିବା ସହିତ ୨୧ ତାରିଖରେ ଖୋଲିଯିବ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରଥମ ୨ ଦିନ ପାଠ ପଢା ହେବ ନାହିଁ ।ପ୍ରଥମ ଦିନ ପିଲାମାନେ ସଙ୍ଗୀତ ଗାନ, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମରେ ଭାଗ ନେବେ । ସେହିପରି ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ ୨୪ ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଡାକିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୧୭ ତାରିଖରୁ ସବୁ ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା ଆରମ୍ଭ ହୋଇଯାିଛି । ୨୭ରୁ ୨୯ ତାରିଖ ଦୁଇ ଦିନ ଧରି ପିଲାଙ୍କର ଶିକ୍ଷା ସ୍ତର ଆକଳନ କରାଯିବ । ବିଶେଷକରି ଓଡିଆ, ଇଂରାଜୀ ଓ ଗଣିତରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ମାନ କେମିତି ରହିଛି ତାହା ନିର୍ଦ୍ଧାରଣ କରାଯିବ । ସେହି ଅନୁସାରେ ଶିକ୍ଷକମାନେ ପ୍ରତିକାରତ୍ମକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.