ସଂସ୍କାର ଭାରତୀର ଶାରଦୀୟ କବିତା ପାଠୋତ୍ସବ

ଭବାନୀପାଟଣା: ସଂସ୍କାର ଭାରତୀ ଭବାନୀପାଟଣା ତରଫରୁ ଶାରଦୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଗଜେନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଓଡିଶା ସାହିତ୍ୟ ଏକାଡେମୀର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସାହିତ୍ୟ ବିଭାଗ ପ୍ରମୁଖ କବି ନାହେଦା ସାହୀନ ସଭା ପରିଚାଳନା କରିଥିବାବେଳେ କବି ଦକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କଣ୍ଠଶିଳ୍ପୀ ଲିପ୍ସା ମହାରଣା ସ୍ୱାଗତ ସଂଗୀତ ଗାନ କରିଥିଲେ। କବି ବନଶ୍ରୀ ଦାସଙ୍କ ସଂଯୋଜନାରେ କବି ତପନ କୁମାର ସାହୁ, ଗୀତାଞ୍ଜଳି ମହାନ୍ତି, ଆଶୁତୋଷ ପୁରୋହିତ, ଅଙ୍କିତ ପ୍ରତାପ ପଣ୍ଡା, ସୋହାନଲାଲ ଅଗ୍ରୱାଲ, ନିଲୁ ମହାନନ୍ଦ, ସବିତା ଶତପଥି, ଲିପ୍ସାମୟୀ ଦୁବେ, କବିତାଞ୍ଜଳି ପଣ୍ଡା, ସୁଦେଷ୍ଣl ପଣ୍ଡା, ଝରଣା ପାଢ଼ୀ, ଟିକେଶ୍ୱର ବିଶି, ସୁଜାତା ଦାସ, ପୁଷ୍ପାଞ୍ଜଳି ପଣ୍ଡା, ସଂଘମିତ୍ରା କାନୁନଗୋ ପ୍ରମୁଖ କବିତା ପାଠ କରିଥିବେ ବେଳେ ରୁବି ଚୌଧୁରୀ, ମଳୟ କରୁଆଁ, କାଜଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.