ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥ ଉଦଘାଟିତ

ରାୟଗଡ,୬/୩: ରାୟଗଡ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରମାେଦ କୁମାର ବେହେରା ଭାରତୀୟ ନିର୍ବାଚନ ଅାୟୋଗଙ୍କ ଦ୍ବାରା ପ୍ରେରିତ ଇଭିଏମ, ଭିଭିପାଟ ରଥ ସହ ରାୟଗଡ ବ୍ଲକ ନିମନ୍ତେ ଉର୍ଦ୍ଧିଷ୍ଟ ୪ଗାେଟି ସଚେତନତା ରଥର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

Omkar Vasthu
Omkar Vasthu

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ସହକାରୀ ଜିଲ୍ଲାପାଳ ନିର୍ବାଚନ ବିଭାଗର ନାରାୟଣ ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ ବିଡିଓ ରାଜେନ୍ଦ୍ର ମାଝି,ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ରାୟଗଡ ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ରାୟଗଡ ଏବିଡିଓ ନୃସିଂହଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଭୁବନେଶ୍ୱର ରେ ଗତ ଫେବୃୟାରୀ ୧୪ତାରିଖ ଦିନ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ରାଜ୍ୟସ୍ତରୀୟ ଇଭିଏମ ଓ ଭିଭିପାଟର ପ୍ରଥମ ସଚେତନତା ରଥ ଭୁବନେଶ୍ୱର  ,ଖୋର୍ଦ୍ଧା, ବୈାଦ୍ଧ, ନୟାଗଡ, କନ୍ଧମାଳ , କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲା ଅତିକ୍ରମ କରି୫ ତାରିଖରେ ପଂହଚିଛି ।

Udyog Nursery
Udyogi Nursery

ମାର୍ଚ୍ଚ ୬ତାରିଖରେ ରାୟଗଡ ପୈାରାଂଚଳର ନୂଆ ବସଷ୍ଟାଣ୍ଡ, ଶାରଳା ଛକ, ରାୟଗଡ ବ୍ଲକର ଗୁମ୍ମା ଓ କାଶିପୁର ଠାରେ ବୁଲି ଭିଭିପାଟର ବ୍ୟବହାର, ଅନଲାଇନ ବାମ ପଂଜୀକରଣ, ଭୋଟଦାନ ଆମ ଅଧିକାର ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ଏଥିସହ ଇଭିଏମ ଓ ଭିଭିପାଟର ବ୍ୟବହାର ନିମନ୍ତେ ଅଭ୍ୟାସ ପାଇଁ ମକପୁଲର ବ୍ୟବସ୍ଥା କରାଯାଇଥିଲା ।

ଗୁମ୍ମା ଠାରେ ଶହ ଶହ ଭୋଟର, ଚୁନାବ ପାଠଶାଳା ସଦସ୍ୟ ଓ ଭୋଟରମାନେ ସଚେତନତା ରଥକୁ ସ୍ବାଗତ କରିଥିଲେ । ଗୁମ୍ମା ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହେବା ପରେ ଗୁମ୍ମା ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ଇଭିଏମ ମେସିନରେ ମକପୁଲ କରାଯାଇଥିଲା । ମାର୍ଚ୍ଚ ୭ତାରିଖରେ ବିଷମକଟକ ବିଧାନ ସଭା ମଣ୍ଡଳିର କଲ୍ୟାଣସିଂହପୁର, କୋଲନରା, ବିଷମକଟକ ଓ ମୁନିଗୁଡା ଦେଇ ଏହି ରଥ ମାର୍ଚ୍ଚ ୮ତାରିଖ ଦିନ ଗୁଣୁପୁର ବିଧାନସଭା ମଣ୍ଡଳି ଅନ୍ତର୍ଗତ ବ୍ଲକ ସଦର ମହକୁମାରେ ସଚେତନତା ସୃଷ୍ଟି କରିବ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.