ସୁବର୍ଣ୍ଣପୁରରେ ବ୍ଲକ ଓ ଜିଲାସ୍ତରୀୟ ପଞ୍ଚାୟତରାଜ ଦିବସ

ସୋନପୁର,୬/୩ : ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବ୍ଲକ ଓ ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ସଦର ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଯୋଗ ଦେଇ ସ୍ୱର୍ଗତ ବିଜୁ
ପଟ୍ଟନାୟକ ମହିଳା ମାନଙ୍କ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ କରିଥିବା ସୁବିଧା ଉପରେ ଆଲୋକପାତ କରିଥିଲେ । ଏଥିରେ ଜିଲାପାଳ ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରି ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ମହିଳା ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଲୋକାଭିମୁଖି ଯୋଜନା ଉପରେ ସୂଚନା ଦେଇଥିଲେ । ଏଥିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୂର୍ଯ୍ୟନାରାୟଣ ଦାସ ଯୋଗ ଦେଇ ପଞ୍ଚାୟତରାଜ ବ୍ୟବସ୍ଥାରେମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାହସୀକତା ଉପରେବିଷଦ ସୂଚନା ଦେଇଥିଲେ । ଏଥିରେ ସୋନପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ନାଗ, ଜିଲା ପଞ୍ଚାୟତ ଅଧିକାରୀ ଉଦୟ କୁମାର ବେହେରା, ସାମ୍ବାଦିକ ସ୍ୱାଧୀନ ମେହେର, ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତିରାଜ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପକୟଙ୍କର ଆଲୋକପାତ କରି ମହିଳା ସଶକ୍ତିକରଣ ହିଁ ଆଜିର ମୁଖ୍ୟ ଆହ୍ୱାନ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ଅଶୋକ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ବନିତା ମେହେର, ଅନିତା ଶଙ୍ଖୁଆ ପ୍ରମୁଖ ବର୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ସେ ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମନରେଗା ଆମ୍ବୁସମେଣ୍ଟ ବାବୁଲାଲ ଦାସ, ଜନମୁରା ସମିତି ସଭ୍ୟ ସୁବ୍ରତ କୁମାର ସେଠି, ରଶ୍ମିରଞ୍ଜନ ମିଶ୍ର, ଦିଲୀପ କୁମାର ରଥ, ମନୋଜ ମିଶ୍ର ଗୌରୀ ଶଙ୍କର ମିଶ୍ର ପ୍ରମୁଖଙ୍କ ସହ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ସୋନପୁରରୁ ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.