ରେଡ଼କ୍ରସ ତରଫରୁ ସାବୁନ ଓ ମାସ୍କ ବଣ୍ଟନ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ) : ଭାରତୀୟ ରେଡ଼କ୍ରସ ସୋସାଇଟି କୋରାପୁଟ ଜିଲ୍ଲା ଶାଖା ଓ ଜୁନିୟର ରେଡ଼କ୍ରସ ସୋସାଇଟି କୋରାପୁଟର ମିଳିତ ଉଦ୍ୟମରେ ଟାଙ୍କୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିଣୀଗୁଡା ଓ ବଡ ଡିମଳା ଗ୍ରାମର ଜନସାଧାରଣଙ୍କୁ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭାରତୀୟ ରେଡ଼କ୍ରସ ସୋସାଇଟି କୋରାପୁଟ ଜିଲ୍ଲା ଶାଖା ର ସମ୍ପାଦକ ତଥା ଜରୁରୀ କାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକଙ୍କ ସାଧୁ ଉଦ୍ୟମରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା, ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ନିରଞ୍ଜନ ପାଣିଗ୍ରାହୀ ଓ ଧନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ନୃସିଂହ ପ୍ରସାଦ ଷଡଙ୍ଗୀ ଏବଂ ରେଡ଼କ୍ରସ ସାଧନକର୍ମୀ ଭାସ୍କର ଚନ୍ଦ୍ର ସାହୁ ରାଙ୍ଗିଣୀଗୁଡା ଏବଂ ବଡ଼ ଡିମଳା ଗ୍ରାମକୁ ଯାଇ ଗ୍ରାମବାସୀ ଙ୍କୁ ସାବୁନ ଓ ମାସ୍କ ବଣ୍ଟନ କରିଥିଲେ। ସାବୁନ ଓ ମାସ୍କ ପାଇବା ପରେ ଗ୍ରାମବାସୀମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ଗ୍ରାମବାସୀଙ୍କୁ ହାତ ଧୁଆ କୌଶଳ ଶିକ୍ଷା ଦେବାସହ ଓମିକ୍ରନ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ଉପରେ ସଚେତନ କରାଯାଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.