ତ୍ରିନାଥ ପଟ୍ଟନାୟକ ପାଇଲେ ଯୁବ ପ୍ରାବନ୍ଧିକ ସମ୍ମାନ

କୋରାପୁଟ: କୋରାପୁଟ ସ୍ଥିତ ଗାନ୍ଧୀ ନଗର ଶିକ୍ଷକ କଲୋନୀର ସ୍ଥାୟୀ ଅଧିବାସୀ ଯୁବ କବି, ଅଧ୍ୟାପକ, ସାହିତ୍ୟିକ ତଥା ସଂଗଠକ ତ୍ରିନାଥ ପଟ୍ଟନାୟକଙ୍କୁ ୨୦୨୧ ମସିହା ପାଇଁ ଶ୍ରେଷ୍ଠ ପ୍ରାବନ୍ଧିକ ସମ୍ମାନ ପ୍ରଦାନ କରାଯାଇଅଛି । ଭୁବନେଶ୍ୱର ସ୍ଥିତ ୱେବ୍ ଚ୍ୟାନେଲ୍ OdishaRay ତରଫରୁ ଗତ ଡିସେମ୍ବର ୫ ତାରିଖରେ ପ୍ରତିଯୋଗିତା ମୂଳକ ପ୍ରବନ୍ଧ ଶୀର୍ଷକ ପ୍ରବନ୍ଧ ଖ୍ରୀଷ୍ଟମାସ ଆୟୋଜିତ କରାଯାଇଥିଲା । ଏହି ପ୍ରବନ୍ଧ ପ୍ରତିଯୋଗିତାରେ କୋରାପୁଟର କଵି ତଥା ସାହିତ୍ୟିକ ତ୍ରିନାଥ ପଟ୍ଟନାୟକଙ୍କୁ ଯୁବ ପ୍ରାବନ୍ଧିକ ସମ୍ମାନ ସ୍ୱରୂପ ବିଜେତା ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖା ଦେଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ OdishaRay ର ଏଡିଟର୍ ଶ୍ରୀ ଅଭିଷେକ ମହାନ୍ତିଙ୍କ ସଭାପତିତ୍ୱରେ ଏହି ପୁରସ୍କାର ବଣ୍ଟନ ଆଭାସୀ ମାଧ୍ୟମରେ କରାଯାଇ ପ୍ରାବନ୍ଧିକ ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଅଛି । ଏଠାରେ ସୂଚନାଯୋଗ୍ୟ ଯେ, କବିତା ଗଳ୍ପ, ପ୍ରବନ୍ଧ, ଫିଚର୍, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ତ୍ରିନାଥଙ୍କ ଲେଖା ଓଡିଶା ତଥା ବିଶ୍ୱର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସ୍ୱୀକୃତି ପ୍ରାପ୍ତି ହୋଇଅଛି ।

ସମ୍ପ୍ରତି ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ତ୍ରିନାଥ ମାଲକାନଗିରି ଜିଲ୍ଲାର ସୁପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ଯୁବ ସୁସଂଗଠକ, ଭୁବନେଶ୍ୱର ସ୍ଥିତ ପ୍ରତିଷ୍ଠିତ ଅନୁଷ୍ଠାନ ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନର କୋରାପୁଟ ଜିଲ୍ଲା ସଂଚାଳକ ଭାବେ, ପ୍ରତିଷ୍ଠିତ ଖବର କାଗଜ ଓଡିଶା ଟାଇମ୍ସ ର ସାମ୍ବାଦିକ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଅଛି । ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଓଡିଶାରେ ର ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରାବନ୍ଧିକ -୨୦୨୧ ଭାବେ ଜିଲ୍ଲାର ଗୌରବ ବଢ଼ାଇଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.