କେସିଙ୍ଗା, (ମଧୂସୁଦନ ଠାକୁର): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଏହାକୁ ନେଇ ଗାଁ ଗାଁରେ ରାଜନୀତି ସରଗରମ ହୋଇ ଉଠିଛି । ଆଜି ଠାରୁ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଏହି କ୍ରମରେ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ କେସିଙ୍ଗାର ରାଜନୈତିକ ପାଣିପାଗ ମଧ୍ୟ ସରଗରମ ହୋଇ ଉଠିଛି । ସରକାରଙ୍କ ନିର୍ବାଚନୀ ଗାଇଡ ଲାଇନ ଅନୁସାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୭ଜଣ ସରପଞ୍ଚ,୪ଜଣ ସମିତି ସଭ୍ୟ ଓ ୨୭ଜଣ ୱାର୍ଡ଼ ମେମ୍ବର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନେଇ ବିସ୍ମୃତ ସୂଚନା ଦେଇଛନ୍ତି କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ।
please