କର୍ଲାମୁଣ୍ଡା ବ୍ଲକରେ ପ୍ରଥମ ଦିନରେ ଜଣେ ସରପଞ୍ଚ ଓ ୧୪ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ନରୋତ୍ତମ ସେଲମା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସୋମବାର ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ।କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର୧୨ ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩ ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ପ୍ରଥମ ଦିନରେ ସରପଞ୍ଚ ପଦବୀ ପାଇଁ ୩୨ ଜଣ ନାମାଙ୍କନ କିଣି ଥିବା ବେଳେ ଜଣେ ମାତ୍ର ନାମାଙ୍କନ ପତ୍ର ଯୋରାଡବରା ସରପଞ୍ଚ ପଦବୀ ପାଇଁ ଦାଖଲ କରିଛନ୍ତି । ଠିକ ସେହିପରି ସମିତି ସଭ୍ୟ ପଦ ପାଇଁ ୨୮ ଜଣ ନାମାଙ୍କନ ପତ୍ର ନେଇଥିଲେ ମଧ୍ୟ ଜଣେ ବି ଦାଖଲ କରିନ ଥିବା ବ୍ଲକ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷ ରେ ୱାର୍ଡ ମେମ୍ବର ପାଇଁ ୧୪୯ ଜଣ ନାମାଙ୍କନ ପତ୍ର ନେଇ ଥିବା ବେଳେ ମାତ୍ର ୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.