କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଳକର ଡୁଡୁକାରଞ୍ଜା ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବରେ ଚୈତନ୍ୟ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ନିଜ ସମର୍ଥକଙ୍କ ଗହଣରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଚୈତନ୍ୟ ମାଝୀ ଡୁଡୁକାରଞ୍ଜା ଗ୍ରାମ ପଞ୍ଚାୟତର ସର୍ବକାଳୀନ ଉନ୍ନତିକଳ୍ପେ ନିଜର ଉଦ୍ୟମ ଜାରୀ ରଖିବେ ବୋଲି କହିବା ସହିତ ତାଙ୍କପ୍ରତି ସାଧାରଣଲୋକଙ୍କ ବିଶ୍ୱାସକୁ ପାଥେୟ କରି ସେ ବିକାଶ ପଥର ସହଯାତ୍ରୀ ହେବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।ଉଲ୍ଲେଖ ଥାଉ କି, ଶ୍ରୀ ମାଝୀ ଏଥି ପୂର୍ବରୁ ବାରବନ୍ଧା ସରପଞ୍ଚ ରହି ଅନେକ କାମ କରି ଲୋକ ସେବା କରିଛନ୍ତି ।