କଳାହାଣ୍ଡି, (ହେମନ୍ତ ସାହୁ): ମାଣିକେରା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ଟଙ୍କଧର ପନ୍ଦର ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ଗହଣରେ ପଂଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ସେ ଏହି ଅବସରରେ ମାଣିକେରା ଗ୍ରାମ ପଂଚାୟତର ବିକାଶ ଦିଗରେ ଆଉ ପାଦେ ଆଗେଇ ଯିବେ ବୋଲି କହିବା ସହିତ ଏହି ବିକାଶର ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣଙ୍କ ସମର୍ଥନ ତାଙ୍କପ୍ରତି ରହିବ ବୋଲି ସେ କହିଥିଲେ । ତେବେ ସରକାରଙ୍କ ଗାଇଡ଼ଲାଇନ ମୁତାବକ ସେ ଡ଼ିଜିଟାଲ ପ୍ରଚାର ସହିତ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଭୋଟରଙ୍କ ନିକଟତର ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ପନ୍ଦରଙ୍କ ପତ୍ନୀ ୨୦୦୦ ମସିହା ସମୟରେ ସରପଞ୍ଚ ଥିବା ବେଳେ ଲୋକଙ୍କ ସମସ୍ୟା ସହିତ ଅଂଚଳର ବିକାଶ ଦିଗରେ ସହଯୋଗୀ ଥିଲେ ।