ଜୟପାଟଣା: ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ସର୍ବାଙ୍ଗୀନ ଉନ୍ନତି ପାଇଁ ସରପଂଚ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ହାଡିବନ୍ଧୁ ପୁଞ୍ଜି । ସେ ତାଙ୍କର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ଦିର୍ଘ ୨୦ ବର୍ଷ ନିଜକୁ ସମର୍ପଣ କରି ଲୋକଙ୍କ ସେବାରେ ଲାଗି ଥିବା ବେଳେ ୧୯୯୪ ମସିହାରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଗଠନ ହୋଇଥିଲା ସହି ସମୟରେ ପ୍ରଥମ କରି ସରପଂଚ ହୋଇଥିଲେ।ତା’ ପରେ ପରେ ଦ୍ବିତୀୟ ଥର ପାଇଁ ପୁନର୍ବାର ସରପଂଚ ଭାବରେ ନିର୍ବାଚିତ ହୋଇଥିଲେ । ବର୍ତମାନ ସେ ତୃତୀୟ ଥର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।