ନୂଆପଡା: ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଯାଇଛି। ତେବେ ନୂଆପଡା ଜିଲ୍ଲା ସଦର ବ୍ଲକର ସାରାବଙ୍ଗ ଗ୍ରାମ ପଂଚାୟତର ସର୍ବାଙ୍ଗୀନ ଉର୍ନତି ପାଇଁ ସାରାବଙ୍ଗ ଗାଁ ର ଶ୍ରୀମତୀ ରଥ ବାଇ ପଟେଲ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ସମର୍ଥକଙ୍କ ସହିତ ସାରାବଙ୍ଗ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ସାରାବଙ୍ଗ ଗ୍ରାମ ପଂଚାୟତର ସମସ୍ତ ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ସଦେବ ଲୋକଙ୍କ ସହିତ ଯୋଡି ହୋଇ ଗ୍ରାମ ପଂଚାୟତକୁ ବିକାଶ ପଥରେ ଆଗେଇ ନେବେ ବୋଲି ଶ୍ରୀମତୀ ପଟେଲ ମତ ପ୍ରକାଶ କରିଛନ୍ତି।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in