କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ଘଡେଇ +୨ ଆବାସିକ ଅନୁଷ୍ଠାନ ଏବଂ ଭାସ୍କର ଆର୍ଟ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେରେ ନେତାଜୀ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ସାମାଜିକ ଦୂରତା ରକ୍ଷା ସହ ଘଡେଇ ଆବାସିକ ଅନୁଷ୍ଠାନର ଅଧ୍ୟକ୍ଷ ୟୁ.କୋଟେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଇଂରାଜୀ ଅଧ୍ୟାପକ ହରିହର ପଟ୍ଟନାୟକ, ଓଡ଼ିଆ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଗଣେଶ ପଟ୍ଟନାୟକ, ରଶ୍ମିତା ମଲ୍ଲିକ , ପ୍ରତିଭା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନର ଅଧ୍ୟାପକ ହରିହର ପଟ୍ଟନାୟକ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।