ଭାରସାମ୍ୟ ହରାଇ କପଡ଼ା ଦୋକାନ ଭିତରକୁ ଧସେଇ ପଶିଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର

● ଡ୍ରାଇଭର ଗୁରୁତର, ପ୍ରଭୁତ କ୍ଷୟକ୍ଷତି

କେସିଙ୍ଗା, (ମଧୂସୁଦନ ଠାକୁର): ଭାରସାମ୍ୟ ହରାଇ କେସିଙ୍ଗା ସହରର ଏକ କପଡା ଦୋକାନ ଭିତରକୁ ପଶି ଆସିଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର । ଏଥିରେ ଟ୍ୟାଙ୍କର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ସମ୍ମୁଖରେ ଥିବା ଯାନବାହାନ ଓ କପଡା ଦୋକାନର କ୍ଷତି ହୋଇଛି । ପ୍ରାପ୍ତ ସୂଚନା ଆଧାରରେ ଲାଞ୍ଜିଗଡ଼ ବେଦାନ୍ତରୁ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର (ଓ.ଆର.୧୫.ଏମ୍ -୨୦୩୨) କେସିଙ୍ଗା ଦେଇ ଝାରସୁଗୁଡ଼ା ଅଭିମୁଖେ ରବିବାର ରାତ୍ର ୯.୩୦ମିନିଟ ଯାଉଥିଲା ।


ଏହି ସମୟରେ କେସିଙ୍ଗା ଥାନା ସମ୍ମୁଖରେ ଏହି ଟ୍ୟାଙ୍କରର ଆଗ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଥିବା ଏକ କପଡା ଦୋକାନକୁ ପଶି ଯାଇଥିଲା । ଟ୍ୟାଙ୍କର ଡ୍ରାଇଭର ରାମବାବୁ ସାହାଣୀ(୪୦) ଗୁରତର ଆହତ ହେବାରୁ ପଦାକୁ ବାହାରି ପାରି ନ ଥିଲେ । କେସିଙ୍ଗା ପୋଲିସ ଓ ଜନସାଧାରଣ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଜେସିପି ମେସିନ ଦ୍ୱାରା ଦୋକାନର ଗେଟ ଭାଙ୍ଗି ଡ୍ରାଇଭରକୁ ପଦାକୁ ବାହାର କରି ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା ।

ଡ୍ରାଇଭର ଅତି ଗୁରତର ହେବାରୁ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଟ୍ୟାଙ୍କର ଟି ଭାରସାମ୍ୟ ହରାଇ ଦୋକାନରେ ପଶିବା ପୂର୍ବରୁ ଏକ ଟ୍ରାକ୍ଟର (ଓ .ଆର.୦.ଇ-୮୫୫୮)କୁ ମଧ୍ୟ ଧକ୍କା ଦେବାରୁ ଟ୍ରାକ୍ଟରର ଆଗ ଅଂଶ ଭାଙ୍ଗି ଯାଇଛି, ଏଥିରେ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ଗୁରତର ହୋଇଛନ୍ତି । କପଡା ଦୋକାନ ସମ୍ମୁଖରେ ଏକ ମୋଟର ସାଇକେଲ (ଓ.ଡ଼ି.୦୮-ଆର- ୪୫୬୭)କୁ ମଧ୍ୟ ଧକ୍କା ଦେବାରୁ ତାହା ମଧ୍ୟ ଭାଙ୍ଗି ନଷ୍ଟ ହୋଇ ଯାଇଛି । କେସିଙ୍ଗା ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.