ନିର୍ବାଚନ ପ୍ରଚାର ଆରମ୍ଭ କଲେ ରାକ୍ସି ସରପଞ୍ଚ ପ୍ରାର୍ଥୀ ବିଜୟ ଧଙ୍ଗଡାମାଝୀ

କଳାହାଣ୍ଡି: ନର୍ଲା ବ୍ଲକ ରାକ୍ସି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଏଥର ଦୁଇଜଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନେ ହେଲେ ରାକ୍ସିର ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ ଏବଂ ଅନ୍ୟ ଜଣେ ଯୁବ ନେତୃତ୍ବ ଯେମନ୍ତ ପୋଢ । ଏହି ପଞ୍ଚାୟତରେ ମାତ୍ର ଦୁଇଜଣ ସରପଞ୍ଚ ପ୍ରାର୍ଥୀ ରହିଥିବାରୁ ଲଢେଇ ଜୋରଦାର ହେବ ବୋଲି ଆକଳନ କରାଯାଉଛି । ଏଥି ମଧ୍ୟରେ ବୁଧବାର ଦିନ ଠାରୁ ନିଜ ପ୍ରଚାର ଆରମ୍ଭ କରିଛନ୍ତି ବିଜୟ ଧଙ୍ଗଡାମାଝୀ । କୋଭିଡ ଗାଇଡ ଲାଇନ ଅନୁସରଣ କରି ସେ ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ବୁଢିପଦର ଗ୍ରାମର ଘର ଘରକୁ ବୁଲି ଭୋଟ ଭିକ୍ଷା କରିଛନ୍ତି । ଏଥର ବିଜୟଙ୍କ ନିର୍ବାଚନୀ ଚିହ୍ନ ଖୋଳା ବହି ରହିଛି । ପୂର୍ବରୁ ପଞ୍ଚାୟତର ବିକାଶ ପାଇଁ ସେ କରିଯାଇଥିବା କାର୍ଯ୍ୟଧାରାକୁ ନେଇ ରାକ୍ସି ପଞ୍ଚାୟତବାସୀ ତାଙ୍କୁ ଦୃଢ ସମର୍ଥନ କରିବେ ବୋଲି ଖୁବ ଆଶାବାଦୀ ରହିଥିବା ମତବ୍ୟକ୍ତ କରିଛନ୍ତି ବିଜୟ ଧଙ୍ଗଡାମାଝୀ । ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁପାଳନ ସହ ଡିଜିଟାଲ ପ୍ରଚାରକୁ ସେ ଅଧିକ ଗୁରୁତ୍ବ ଦେବେ ବୋଲି ଓଡ଼ିଆ ବାର୍ତ୍ତାକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.