ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର

ଭବାନୀପାଟଣା: ଦେଶର ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ “ଗଣତନ୍ତ୍ର” କୁ ନେଇ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ କଳାହାଣ୍ଡି ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଆୟୋଜିତ ଉକ୍ତ ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟିକ, ସମାଜସେବୀ, ଆଧ୍ୟାତ୍ମିକବାଦ ବ୍ୟକ୍ତି, କବି ଏବଂ ଲେଖକମାନେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ତଥା ଭାଗବତ ପ୍ରଚାରକ ପ୍ରଦୀପ୍ତ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଓଡିଶା ଅର୍ଥସେବାର ବରିଷ୍ଠ ଅଧିକାରୀ ତଥା ଉତ୍କଳ ବାଗ୍ମୀ ଭୂଷଣ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସଞ୍ଜୟ ଷଡଙ୍ଗୀ ଉପସ୍ଥିତ ରହି ଗଣତନ୍ତ୍ର ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଯୁବପିଢ଼ିଙ୍କୁ ସହଯୋଗ, ପରିବେଶ ସୁରକ୍ଷା, ଅହିଂସା, ସତ୍ୟ, ଧର୍ମ ମାଧ୍ୟମରେ ଆଦର୍ଶ ଚରିତ୍ର ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ, ସୁନିଲ ମହାନନ୍ଦ ଏବଂ ଲିପ୍ସା ମହାରଣା ସେମାନଙ୍କର ସୁଲଳିତ କଣ୍ଠ ସ୍ଵରରେ ଜାତୀୟତାର ଭାବନା ସୃଷ୍ଟି କରିଥିଲେ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଭବାନୀ ଶଙ୍କର ନିଆଲ ସତ୍ୟ ଏବଂ ଶାନ୍ତିର ସଂକଳ୍ପ ନେବାକୁ ଯୁବ ପିଢ଼ିମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ଉପଦେଷ୍ଟା ଭାରତୀ ରଥ, ଗୌର ଦାସ, ସନାତନ ମହାକୁଡ଼, ପ୍ରତିଷ୍ଠାତା ଖୁସିରାମ ସାହୁ, ସଂଗ୍ରାମ କେଶରୀ ରାଉତରାୟ, ମନ୍ମଥ ସ୍ୱାଇଁ, ରାଜ କିଶୋର ମୁଣ୍ଡ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, କମଳିନୀ ଚଣ୍ଡୀ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ କାର୍ଯ୍ୟକ୍ରମର ଉପସ୍ଥାପିକା ଲିପ୍ସା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.