ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ଏବଂ ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ଖୋର୍ଦ୍ଧା ସ୍ଥିତ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ଏବଂ ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଅଛି । କରୋନା ମହାମାରୀ ଯୋଗୁଁ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ନିଜ ଘରେ ରହି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବକ୍ତୃତା, ପ୍ରବନ୍ଧ, ଚିତ୍ର ଏବଂ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗିଙ୍କ ମଧ୍ୟରେ କନିଷ୍ଠ ବିଭାଗ-୧ ବିଭାଗରେ କୋରାପୁଟ ଶ୍ରୀ ରାମକୃଷ୍ଣ ବିଦ୍ୟା ମନ୍ଦିରର ଆଦ୍ୟାଶ୍ରୀ ପଣ୍ଡା (ପ୍ରଥମ ସ୍ଥାନ), ହାର୍ଦ୍ଦିକ ମହାନ୍ତି (ଦ୍ଵିତୀୟ ସ୍ଥାନ), ସେହିପରି ଉପ କନିଷ୍ଠ ବିଭାଗ (ଚିତ୍ର) ବିଭାଗରେ ପ୍ରାଚୀ ପଟ୍ଟନାୟକ (ପ୍ରଥମ), ଆୟୁଷା ପାତ୍ର (ଦ୍ଵିତୀୟ), ଆରାଧ୍ୟ ପାଢ଼ୀ (ତୃତୀୟ), ସେହିପରି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଚିତ୍ର ବିଭାଗରେ ସାଈ ରୁଦ୍ର ମାଝୀ (ପ୍ରଥମ), ଈଶାନ୍ତ ମାଝୀ (ଦ୍ଵିତୀୟ), ସେଣ୍ଟସ ସ୍କୁଲର ଗୌତମ କାନାବାଲି (ତୃତୀୟ), ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତାରେ କୋରାପୁଟ ଜୟପୁର ଅନ୍ତା ଉନ୍ନୀତ ଉଚ୍ଚ ବିଦ୍ୟାଳୟର କନିଷ୍ଠ ବିଭାଗ-୨ ବିଭାଗର ୱିଲିୟମ ନାଗ (ତୃତୀୟ), ସେହିପରି ପ୍ରବନ୍ଧ ବିଭାଗରେ ବ୍ଲେସନ୍ ନାଗ (ତୃତୀୟ), କୋରାପୁଟ ଜିଲ୍ଲାର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଭାଗ (ବକ୍ତୃତା) ବିଭାଗରେ ପୂଜା ଗୌଡ଼ (ପ୍ରଥମ), ସିମ୍ରନ ବେନ୍ୟା (ଦ୍ଵିତୀୟ ), ଲକ୍ଷ୍ମୀ ଲମତା (ତୃତୀୟ) ସ୍ଥାନ ଅଧିକାର କରି ନିଜ ନିଜ ବିଦ୍ୟାଳୟର ଗୌରବ ରଖିଅଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସ୍ଥିତ ଶ୍ରୀ ରାମକୃଷ୍ଣ ବିଦ୍ୟା ମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ତପସ୍ୱିନୀ ମହାପାତ୍ର, ଦେଓଘାଟି ଅନୁସୂଚିତ ଜାତି ଏବଂ ଜନଜାତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମାଝୀ, ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଯଜ୍ଞେଶ୍ବର ପଣ୍ଡା, ଜୟପୁର ଅନ୍ତା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ହରିହର ପଟ୍ଟନାୟକ, ନିଶିଗନ୍ଧା ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ ଶ୍ରୀ ଜମ୍ବେଶ୍ୱର ଦଳାଇ, ନିଶିଗନ୍ଧା ସାହିତ୍ୟ ସଂସଦର ସଂଯୋଜକ ଶ୍ରୀ ତ୍ରିନାଥ ପଟ୍ଟନାୟକ, ଆସୋସିଏଟ୍ ଇଂଜିନିୟର ଶ୍ରୀ ଅଭିଜିତ କରଙ୍କ ସହ ଅନ୍ୟାନ୍ୟ ଅତିଥିଙ୍କ ସହଯୋଗ କ୍ରମେ ସାମାଜିକ ଦୂରତା ରକ୍ଷା ପୂର୍ବକ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.