କଳାହାଣ୍ଡି, (ବର୍ଦ୍ଧମାନ ଜୈନ): କେସିଙ୍ଗା ଥାନା ଚାଞ୍ଚେର ପଞ୍ଚାୟତ କୋକୋମୁଣ୍ଡା ନିକଟ ବୁଲାଣିର ତାଳ ଗଛରେ ପିଟିହୋଇ ଦୁଇଜଣ ସ୍କୁଟି ଆରୋହି ଗୁରୁତର ଆହତ ହୋଇଛନ୍ତି । ଚାଞ୍ଚେର ଗ୍ରାମର ବିପିନ ଧରୁଆ(୨୫)ଏବଂ ତାଙ୍କ ଘରକୁ କୁଣିଆ ଆସିଥିବା ଭବାନୀପାଟଣା ରୁଇନିପାଳିର ଜଣେ ଯୁବକ ସ୍କୁଟିରେ ଉତ୍କେଲା ପଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କୋକୋମୁଣ୍ଡା ପେଟ୍ରୋଲପମ୍ପ ବୁଲାଣିରେ ଏକ ତାଳଗଛ ରେ ପିଟି ହୋଇଯାଇଥିଲେ । ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ଓ ଗୃହ ରକ୍ଷୀ ରାଜିନ୍ଦ୍ର ସୁନା ପହଞ୍ଚି ଦୁଇ ଆହତଙ୍କୁ ଭବାନୀପାଟଣା ଡାକ୍ତର ଖାନା ପଠାଇଥିବା ଜଣାପଡିଛି ।