ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ସଚେତନତା ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ଼ ପଞ୍ଚାୟତ ସମିତି ସଭାଗୃହ ଠାରେ ଦୁଇ ଦିନ ଧରି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ସମିତି ଓ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ସଚେତନତା ବୈଠକ ଅନୁଷ୍ଠତ ହୋଇଯାଇଅଛି । ଏହି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରାୟଗଡ଼ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ କବିଡ କଟକଣାକୁ ଦୃଷ୍ଟିରେ ରଖି ମୋଟ ସତସ୍ତରି ଜଣ ସମିତି ଓ ଏକ ଶହ ଷୋହଳ ଜଣ ସରପଞ୍ଚ ଆଶାୟୀ ପ୍ରାର୍ଥୀ ଙ୍କୁ ତିନୋଟି ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ବୈଠକ ସମୟରେ ମାସ୍କ ବ୍ୟବହାର, ହାତ ସାନିଟାଇଜ ଓ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା । ବୈଠକ ରେ ନିର୍ବାଚନ ଅଧିକାରୀ ତଥା ବି ଡି ଓ ଲକ୍ଷ୍ମନାରାୟଣ ସାବତ, ଏ ବି ଡି ଓ କାଳୁ ଚରଣ ନାୟକ, ରାୟଗଡ଼ ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନିଲ ଖୋରା, ରାୟଗଡ଼ ବ୍ଲକ୍ ଆକାଉଣ୍ଟ ଅଫିସର ଅନିତା ପଟନାୟକ, ଜି ପି ଇ ଓ ଗୋପାଳ ପଣ୍ଡା ଓ ସମ୍ବଳ ଶିକ୍ଷକ ନିଲାଞ୍ଚଳ ମିଶ୍ର ଯୋଗ ଦେଇ ଆଦର୍ଶ ଆଚରଣ ବିଧି, ନିର୍ବାଚନ ଓ ପ୍ରଚାର ସମୟରେ କୋବିଡ କଟକଣାର ପାଳନ, ପ୍ରାର୍ଥୀଙ୍କ ଦ୍ଵାରା ଖର୍ଚ୍ଚ ସୀମା ଦୁଇ ଲକ୍ଷ ଟଙ୍କାରେ ସୀମିତ ରଖିବା, ଦୈନିକ ଖର୍ଚ୍ଚର ହିସାବ ପରିଚାଳନା, ବାଲଟ କାଗଜର ରଙ୍ଗ ଯଥା ୱାର୍ଡ ସଭ୍ୟଙ୍କ ନିମନ୍ତେ ହଳଦିଆ, ସରପଞ୍ଚଙ୍କ ନିମନ୍ତେ ଗୋଲାପି, ସମିତି ସଭ୍ୟଙ୍କ ନିମନ୍ତେ ନୀଳ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନିମନ୍ତେ ଧଳା ରଙ୍ଗ ବିଷୟରେ ଅବଗତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୋବିଡ ଲକ୍ଷଣ ଥିଲେ ପ୍ରଚାର ଓ ଜନସମାଗମ ଠାରୁ ଦୂରେଇ ରହିବା, ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାରକୁ ଗୁରୁତ୍ଵ, ପଦଯାତ୍ରା, ରାଲି, ଜନସମାଗମ, ସଭାସମିତି ପରିବର୍ତ୍ତେ ପ୍ରାର୍ଥୀଙ୍କୁ ପାଞ୍ଚଜଣଙ୍କ ମଧ୍ୟରେ ସୀମିତ ରଖି ଘର, ଘର ବୁଲି କୋବିଡ କଟକଣା ପାଳନ ପୂର୍ବକ ପ୍ରଚାର, ଏଥି ନିମନ୍ତେ ବ୍ୟବହାର ହେବାକୁ ଥିବା ଯାନ ବାହନ ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ସର୍ବାଧିକ ଦୁଇଟି ଚାରି ଚକିଆ , ପାଞ୍ଚୋଟି ଦୁଇ ଚକିଆ ଯାନ ନିମନ୍ତେ ଆବଶ୍ୟକ ଅନୁମତି ନେବାକୁ ଅବଗତ କରାଯାଇଥିଲା । ଭୋଟ ଗ୍ରହଣ କେନ୍ଦ୍ର ଓ ଭୋଟ ଗଣତି ନିମନ୍ତେ ଆବଶ୍ୟକ ପୁଲିଂ ଏଜେଣ୍ଟ ନିଯୁକ୍ତି ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଫର୍ମ ଦାଖଲ କରିବାକୁ ଜଣାଇ ଦିଆଯାଇଥିଲା । ଅବାଧ ଓ ନିରପେକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନିମନ୍ତେ ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ବି ଡି ଓ ଲକ୍ଷ୍ମୀନାରାୟଣ ସାବତ କାମନା କରିଥିଲେ । ନିର୍ବାଚନ ତାରିଖର ଛତିଶି ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ଅବଗତ କରାଯାଇଥିଲା । ସମସ୍ତ ଆଶାୟୀ ପ୍ରାର୍ଥୀ ଶୃଙ୍ଖଳାର ସହ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.