ଓଡ଼ିଶା ଓପନ୍ ସୁପର୍ ୧୦୦ ବ୍ୟାଡ଼ମିଣ୍ଟନ: ଟେକ୍ନିକାଲ ଅଫିସିଆଲ ଦାୟିତ୍ୱ ନିର୍ବାହକଲେ ମ.ରାମପୁରର ଅଂଶୁମାନ ଏବଂ ଅଶ୍ରୃମୋଚନ

କଳାହାଣ୍ଡି, (ହେମନ୍ତ ସାହୁ): ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତା ଓଡ଼ିଶା ଓପନ୍ ସୁପର ୧୦୦, କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିଅମଠାରେ ଉଦଯାପିତ ହେଇଯାଇଛି । କୋଭିଡ଼ର ଭୟାବହତା ଭିତରେ ଶୃଙ୍ଖଳିତ ଏବଂ ସଫଳତାର ସହିତ ଓଡ଼ିଶା ସରକାର ଏହି ପ୍ରତିଯୋଗୀତା ଗତ ୨୫ତାରିଖରୁ ଆରମ୍ଭ କରି ୩୦ ତାରିଖରେ ସମାପନ କରିଛନ୍ତି । ଏହି ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ କଳାହାଣ୍ଡି ଜିଲ୍ଲା ମ.ରାମପୁରର ଦୁଇ ଯୁବପ୍ରତିଭା ଅଶ୍ରୃମୋଚନ ନାଗ ଏବଂ ଅଂଶୁମାନ ପାତ୍ର ଟେକ୍ନିକାଲ୍ ଅଫିସିଆଲ ଦାୟିତ୍ୱ ନିର୍ବାହ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଦୁଇ ଚମତ୍କାର ବ୍ୟାଡ଼ ମିଣ୍ଟନ ଖେଳାଳୀ ଏହି ପ୍ରତିଯୋଗୀତାରେ ଅଫିସିଆଲ ଦାୟିତ୍ୱ ନିର୍ବାହ ପାଇଁ ତାଲିମ ନେବା ସହିତ ନିଜର ଦକ୍ଷତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେଇଛନ୍ତି । ତେବେ ଏହି ପ୍ରତିଯୋଗୀତା ପରିଚାଳନା ପୂର୍ବରୁ ଉଭୟେ ଡ଼ିସେମ୍ବର ୨୮ ଓ ୨୯ତାରିଖରେ ଭବାନୀପାଟଣାରେ ଅନୁଷ୍ଠିତ ହେଇଥିବା ଫରେଷ୍ଟ ଜୋନାଲ ମିଟ ଓ ଜାନୁଆରୀ ୧୯ ରୁ ୨୧ ତାରିଖ ଯାଏଁ କୋରାପୁଟରେ ହେଇଥିବା ଓଡ଼ିଶା ମାଷ୍ଟର୍ସ ଷ୍ଟେଟ ଚମ୍ପିଅନ୍‌ସିପ୍ ରେ ସଫଳତାର ସହିତ ଖେଳ ପରିଚାଳନା କରିଥିଲେ । କେବଳ ସେତିକି ନୁହେଁ ଅଂଶୁ ଏବଂ ଅଶ୍ରୁ ଯୋଡ଼ି ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ ବିଭିନ୍ନ ସ୍ଥାନରେ ଶୀର୍ଷକ ବିଜେତା ହେଇଆସୁଥିବାବେଳେ ସଂପ୍ରତି ବିଶ୍ୱସ୍ତରୀୟ ବ୍ୟାଡ଼ ମିଣ୍ଟନରେ ଟେକ୍ନିକାଲ ଅଫିସିଆଲ ଭାବରେ ଦାୟିତ୍ୱ ସଂପାଦନ ପାଇଁ ମ.ରାମପୁର ବ୍ୟାଡ଼ ମିଣ୍ଟନ ଆସୋସିଏନ୍ ର ସଭାପତି ରୁଦ୍ର ପ୍ରସାଦ ମହାନ୍ତି ଏବଂ ସଂପାଦକ ମନୋଜ ଦୀପ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.