କଳାହାଣ୍ଡି: ରାକ୍ସି ସରପଞ୍ଚ ପ୍ରାର୍ଥୀ ବିଜୟ ଧଙ୍ଗଡାମାଝୀ ନର୍ଲା ବ୍ଲକ ଗୋଖରା ସ୍ଥିତ ଭାଗବତ ଟୁଙ୍ଗୀ ପରିଦର୍ଶନ କରିଛନ୍ତି । ଆଜି ସେ ଗୋଖରା ନୂଆପଡା ଠାରେ ଥିବା ଭାଗବତ ଟୁଙ୍ଗୀ ସ୍ଥିତ ଦେବାଦେବୀମାନଙ୍କ ଆଶିଷ ଭିକ୍ଷା କରିଛନ୍ତି । ଏହାସହ ସେ ଏହି ଅଞ୍ଚଳର ଜନମାନସର ପ୍ରତ୍ୟକ୍ଷ ଦେବତା ବାବୁରାଏଙ୍କ ଆଶିର୍ବାଦ କାମନା କରିଥିଲେ । ଏହାପରେ ଗୋଖରାର ଘରକୁ ଘର ଯାଇ ଭୋଟ ଭିକ୍ଷା କରିବା ସହ ଗୁରୁଜନଙ୍କ ଠାରୁ ଆଶିର୍ବାଦ ପ୍ରାପ୍ତ ହୋଇଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ରାକ୍ସି ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜୟ ୨୦୧୨ରେ ରାକ୍ସି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୭ରେ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀ ରାକ୍ସି ସରପଞ୍ଚ ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ପତିପତ୍ନୀ ରାକ୍ସି ପଞ୍ଚାୟତର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଜନତାଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । ଆଗକୁ ଅଧୁରା କାମ ପୂରଣ କରିବାକୁ ସେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି ବିଜୟ ଧଙ୍ଗଡାମାଝୀ । ପଞ୍ଚାୟତର ଜନସାଧାରଣଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି ଓ ଲୋକେ ତାଙ୍କୁ ପୁନର୍ବାର ସରପଞ୍ଚ ଭାବେ ନିର୍ବାଚିତ କରିବେ ବୋଲି ବିଜୟ ଆଶାବ୍ୟକ୍ତ କରିଛନ୍ତି ।