ନୂଆପଡା,୧୪/୩ : ନୂଆପଡା ଜିଲ୍ଲା ପାଣ୍ଠି ସମୀକ୍ଷକ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ବଦଳି ହୋଇ ଯାଇଛି । ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ଦକ୍ଷୀଣ ବେହେରା ନୂତନ ଭାବେ ଯୋଗ ଦେଇଛନ୍ତି । ୩୦/୦୩/୨୦୧୫ ରୁ ଶ୍ରୀଯୁକ୍ତ ସାମନ୍ତରାୟ ନୂଆପଡା ଜିଲ୍ଲା ପାଣ୍ଠି ସମୀକ୍ଷକ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।
ସେ ସିନାପାଲି ମହୋତ୍ସବ ୨୦୧୭ ଓ ୨୦୧୮, ଖରିଆର ମହୋତ୍ସବ ୨୦୧୬, ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ, ଜେଲ ସଂସ୍କାର କାର୍ଯ୍ୟକ୍ରମ ର ୮ ଜିଲ୍ଲା ନବରଙ୍ଗପୁର, ବରଗଡ଼(ସୋହେଲା, ପଦ୍ମପୁର ), ବଲାଙ୍ଗୀର (ଟିଟଲାଗଡ଼ ), ନୂଆପଡା, ଖରିଆରରେ, ନୂଆପଡା ଯୁବ ମହୋତ୍ସବ ୨୦୧୬, ୨୦୧୭, ୨୦୧୮ ମାନସିକ ଅନଗ୍ରସର ଓ ଶାରୀରିକ ଅକ୍ଷମ କାର୍ଯ୍ୟକ୍ରମ , ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ, କୋଶଲି ଧନୁଯାତ୍ରା ନୂଆପଡା, ଡି.ଆଇ.ସି ଖରିଆର ରୋଡ ର ସଚେତନ କାର୍ଯ୍ୟକ୍ରମ, ନେସନାଲ ବିଦ୍ୟାଳୟ, ନେସନାଲ ମହାବିଦ୍ୟାଳୟ, ମହାମାୟା ମହାବିଦ୍ୟାଳୟ ଭଳି ଅନେକ ବଡ ବଡ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସମ୍ମାନିତ ଓ ସମ୍ବର୍ଧିତ ହୋଇଛନ୍ତି । ନୂଆପଡା ଜିଲ୍ଲାର ଜିଲ୍ଲା କୋଷାଗାର ଅଧିକାରୀ ଭାବରେ ମଧ୍ୟ ରେ ଜନସାଧାରଣ ଙ୍କ ସେବା କରି ଆସୁଥିଲେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in
MHSS Sunsunia, Nuapada ।। OB 90