ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ବାସନ୍ତୀ ନାଏକ ଆଜି ପଞ୍ଚାୟତରେ ଯୋଗଦାନ କରିଛନ୍ତି । ଯୋଗଦାନ କରିବା ଅବସରରେ ସେ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା, ନାଏବ ସରପଞ୍ଚ ପଲ୍ଲବୀ ପାଳ, ସମସ୍ତ ଜନସାଧାରଣଙ୍କୁ ନିଜର କୃତଜ୍ଞତା ଅର୍ପଣ କରିବା ସହିତ ପଞ୍ଚାୟତର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ପଞ୍ଚାୟତର ବିକାଶ ଦିଗରେ ସହଭାଗୀ ହେବେ ବୋଲି ମତପୋଷଣ କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟବାନ ପୂଝାରୀ, ପୂର୍ବତନ ସରପଞ୍ଚ ଇଂ ସୁଶୀଲ କୁମାର ଶବରଙ୍କ ଉପସ୍ଥିତରେ ସରପଞ୍ଚ ବାସନ୍ତୀ ନାଏକ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା।