ଓଡିଆ ବାର୍ତ୍ତା ଲୋକାର୍ପିତ

କଳାହାଣ୍ଡି,୧୬ା୧୧: ଛପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିଯୋଗିତାର ଦୌଡ଼ରେ ଏବେ ସାମିଲ ହୋଇଛି ୱେବ୍ ଚାନେଲ୍, ପୋର୍ଟାଲ୍ ଓ ସାମାଜିକ  ଗଣମାଧ୍ୟମ । ତେବେ ସାମାଜିକ ଗଣମାଧ୍ୟମ, ୱେବ୍ ଚ୍ୟାନେଲ୍ ତଥା ବିଭିନ୍ନ ପୋର୍ଟାଲମାନଙ୍କ ମଧ୍ୟରେ ଏକ ସନ୍ତୁଳିତ ରୂପ ନେଇ ସାରା ଓଡ଼ିଶାରେ ଚହଳ ପକାଇବା ଭଳି ଏକ ନ୍ୟୁଜ୍ ଭ୍ୟୁଜ୍ ପୋର୍ଟାଲ୍ ଓଡ଼ିଆ ବାର୍ତ୍ତା ଡଟ୍ ଇନ୍ (www.odiabarta.in) ଆତ୍ମପ୍ରକାଶ କରିଛି ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡଠାରେ ଜାତୀୟ ପ୍ରେସ୍ ଦିବସ ଅବସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଆ ବାର୍ତ୍ତା ଡଟ୍ ଇନ୍ ର ଶୁଭାରମ୍ଭ ହୋଇଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ଭବାନୀପାଟଣା ସ୍ୱଂୟଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ର, ଓଡ଼ିଶା ପତ୍ରକାର ସଂଘର ଉପସଭାପତି ରାମଦାସ ଲିମା, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉନ୍ମୋଚନ କରିଥିଲେ । ବିଶିଷ୍ଟ ସାମ୍ବାଦିକ ତଥା ନର୍ଲା ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ସଂପାଦନାରେ ଆରମ୍ଭ ହୋଇଥିବା ଏହି ପୋର୍ଟାଲରେ ଆଞ୍ଚଳିକ, ରାଜ୍ୟ, ଦେଶ ବିଦେଶ ତଥା ସାହିତ୍ୟ, ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ଖବର ସହିତ ତମାମ୍ ପ୍ରସଙ୍ଗରେ ଖୋଲାଖୋଲି ମତ ରଖାଯିବ ବୋଲି ପ୍ରକାଶ ପାଇଥିଲା । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରୁ ଗଣମାଧ୍ୟମ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.