ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଦେଢ଼ ଲକ୍ଷ ଟଙ୍କା ଧରି ଗାଡ଼ିରେ ଯାଉଥିଲେ । ଧରିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ । ଚାରୋଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ, ଚାରୋଟି ଟିମ୍ କରୁଛନ୍ତି ଚଢ଼ାଉ । ଭିଜିଲାନ୍ସର ସ୍କାନରରେ ଥିଲେ କିଶାନ । ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ରହିଥିଲା ଅଭିଯୋଗ । ରାୟଗଡ଼ା ସହର ଶିରିଗୁଡ଼ା ସ୍ଥିତ ବିଭାଗୀୟ କାର୍ଯ୍ୟାଳୟ ସମେତ ଆବାସିକ ଭବନରେ ଭିଜିଲାନ୍ସ ଟିମ ଯାଞ୍ଚ କରିଛି । ଯାଞ୍ଚ ପରେ ଆୟ ବର୍ହିଭୁତ ସଂପତ୍ତିର ତାଲିକା ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।