ଧାନର ଏମ୍ଏସ୍‌ପି ୩୦୦୦ ଟଙ୍କା ହେଉ :ସମାଜବାଦୀ ପାର୍ଟି

ଓଡିଆ ବାର୍ତ୍ତା/ ଭୁବନେଶ୍ବର: ଚିରାଚରିତ ଭାବେ କେନ୍ଦ୍ର ସରକାର ଧାନର ଏମଏସପି ମାତ୍ର କିଛି ଟଙ୍କା ବଢ଼ାଇ ଓଡ଼ିଶା ପରି କୃଷିପ୍ରଧାନ ରାଜ୍ୟ ଗୁଡ଼ିକୁ ଆଉଥରେ ଲଲିପପ୍ ଧରାଇ ଦେଲେ I ୨୫-୨୬ ଖରିଫ୍ ଋତୁ ପାଇଁ ବୁଧବାର ଧାନ ସମେତ ୧୪ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏସ୍ଏସ୍‌ପି) ବୃଦ୍ଧି କରିଛନ୍ତି । ରାଶି, କପା, ହରଡ଼, ବାଜରା ଭଳି ଶସ୍ୟର ଏସ୍ଏସ୍‌ପି ଯଥେଷ୍ଟ ବୃଦ୍ଧି କରାଯାଇଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବିଣ୍ଟାଲ ପ୍ରତି ମାତ୍ର ୬୯ ଟଙ୍କା ବୃଦ୍ଧି କରାଯାଇଛି, ଯାହାକୁ ନେଇ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି କ୍ଷୋର ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ I ଧାନର ଏଏସ୍‌ପି ଅତିକମ୍‌ରେ ୨୯୩୦ ଟଙ୍କା କରିବାକୁ ଓଡ଼ିଶା ଗତ ୮ ବର୍ଷ ହେଲାଣି ଦାବି କରିଆସୁଛି । ଏନେଇ ରାଜ୍ୟ ବିଧାନସଭାରେ ମଧ୍ୟ ଏକ ସର୍ବଦଳୀୟ ସଂକଳ୍ପ ପତ୍ର ପାରିତ ହୋଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି । ମାତ୍ର କେନ୍ଦ୍ର ସରକାର ଓଡ଼ିଶାର ଏହି ଦାବିକୁ କର୍ଣ୍ଣପାତ କରୁନାହାନ୍ତି |

ରାଜ୍ୟ ସରକାର ଗତ ଖରିଫ୍ ଋତୁଠାରୁ ଧାନର ଏସ୍ଏସ୍‌ପି ବାବଦରେ କ୍ରିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଆରମ୍ଭ କରିଛନ୍ତି । ଏଥିରେ ଧାନର ଏମ୍ ଏସ୍‌ପି ବାବଦରେ ୨୩୦୦ ଏବଂ ଇନ୍‌ପୁଟ ସହାୟତା ବାବଦରେ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି । ଯାହାଫଳରେ ଓଡ଼ିଶା ରାଜକୋଷକୁ ଏଥିପାଇଁ ପ୍ରାୟ ଅତିରିକ୍ତ ୫୮୬୨ କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିଛି | ଯଦି କେନ୍ଦ୍ର ସରକାର ଧାନର ଏମ୍ଏସ୍‌ପି ଅଧୂକ ବୃଦ୍ଧି କରିଥା’ନ୍ତେ, ତାହେଲେ ରାଜ୍ୟ ସରକାର ଇନ୍‌ପୁଟ ସହାୟତା ବାବଦରେ ଯେଉଁ ଅତିରିକ୍ତ ଅର୍ଥ ବୋଝ ମୁଣ୍ଡାଉଛନ୍ତି, ସେଥରୁ ଅନେକାଂଶରେ ମୁକ୍ତି ପାଇଥା’ନ୍ତେ I ସୂଚନାଯୋଗ୍ୟ ଯେ ୨୦୧୭ ମସିହା ମାର୍ଚ ୨୫ ତାରିଖଠାରୁ ଓଡ଼ିଶା ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଏଥରେ ବିଜେପି ମଧ୍ୟ ନିଜର ସମ୍ମତି ପ୍ରକାଶ କରିଥିଲା I ଏବେ କେନ୍ଦ୍ର ସରକାର କଳାରାଶି ୮୨୦, କପା ୫୮୯ ଟଙ୍କା ବଢ଼ିଲା; ହେଲେ ଧାନ ବେଳକୁ ସରକାର ଚାଷୀଙ୍କୁ ଧୋକା ଦେଲେ I

ଅପରପକ୍ଷେ ଧାନ ବ୍ୟତୀତ ଅନ୍ୟ ଖରିଫ ଫସଲର ଏମଏସ୍‌ପିରେ ଆଖୁଦୁଶିଆ ବୃଦ୍ଧି କରିଛନ୍ତି ସରକାର । କଳାରାଶି କ୍ରିଣ୍ଟାଲ ପ୍ରତି ୮୨୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ କପା ୫୮୯ ଟଙ୍କା, ରାଶି ୫୭୯ ଟଙ୍କା ମାଣ୍ଡିଆ ୫୯୬ ଟଙ୍କା, ଚିନାବାଦାମ ୪୮୦ ଟଙ୍କା, ସୂର୍ଯ୍ୟମୁଖୀ ୪୪୧ ଟଙ୍କା, ସୋୟାବିନ୍ ୪୩୬ ଟଙ୍କା, ହରଡ଼ ୪୫୦ ଟଙ୍କା ବିରି ୪୦୦ ଟଙ୍କା ଆଦି ବୃଦ୍ଧି କରାଯାଇଛି | ମାତ୍ର ଧାନ ପ୍ରତି ଏତେ ଅବିଚାର କାହିଁକି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ପ୍ରଶ୍ନ କରିଛନ୍ତି । ପ୍ରତିବର୍ଷ ମଜୁରି ସହ ପେଟ୍ରୋଲ, ଡିଜେଲ ଏବଂ ସାର, କୀଟନାଶକ ଦର ବୃଦ୍ଧି ହେଉଛି | ମାତ୍ର ସେହି ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଉନାହିଁ । ଯାହା ଚାଷୀକୁଳ ପ୍ରତି ଉପହାସ I

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ ୩୦୦୦ ଟଙ୍କା ସହ ବୋନସ, ଖୁଦ୍ର ଓ ନାମମାତ୍ର ଚାଷୀଙ୍କ କୃଷିରୁଣ ଛାଡ଼,ଚାଷୀଙ୍କୁ ଏଫ କିଉ ମାନର ବିହନ, ସାର, କୀଟନାଶକ ଭଳି ଅତ୍ୟାବଶ୍ୟକ କୃଷି ସଂରଜାମ ଗୁଡିକୁ ସରକାରୀ ରିହାତି ମୂଲ୍ୟରେ ଯୋଗାଇବା ସହ ଏବେ ଧାନ କିଣାର ସମୟରେ ଲଘୁଚାପ ଜନିତ ବର୍ଷା ଏବଂ ମୌସୁମୀ ର ଆଗମନ ଯୋଗୁ ଧାନ ଫସଲ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଉଛି ସେଥିପାଇଁ ସରକାର ଧାର୍ଯ୍ୟ କରିଥିବା ୧୬ ପ୍ରତିଶତ ଏଫକିଉ ମାନକୁ କୋହଳ କରି ଚାଷୀଙ୍କ ସମସ୍ତ ଧାନକୁ ନିର୍ବିବାଦରେ କିଣିବା ସହ ହାନି ହୋଇଥିବା ଫସଲର କ୍ଷୟ କ୍ଷତିର ଆକଳନ କରି ଉଚିତ କ୍ଷତି ପୂରଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଶିବ ହାତୀ ଯାଦବ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.