ଖରିଆର ଗୋ-ପ୍ରଜାତି ସମ୍ପ୍ରଦାୟ ନୂଆପଡାର ଜିଲ୍ଲା ସ୍ତରୀୟ ସଚେତନ କର୍ମଶାଳା

ନୂଆପଡା,୧୫/୩ : ଆଜି ସ୍ଥାନୀୟ ତେଲିପଡା ନିକଟସ୍ଥ ଭରଦ୍ୱାଜ ମଣ୍ଡପ ଠାରେ ଖରିଆର ଗୋ-ପ୍ରଜାତି ସମ୍ପ୍ରଦାୟ ,ନୂଆପଡା (ରାଷ୍ଟ୍ରୀୟ ଗୋକୁଳ ମିଶନ ଭାରତ ସରକାର ) ତରଫରୁ ଜିଲ୍ଲା ସ୍ତରୀୟ ସଂରକ୍ଷଣ ଓ ଉର୍ନତିକରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଟ ନିଜାରତ କର୍ଣ୍ଣ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପ୍ରାଣୀଧନ ଅଧିକାରୀ ଚୈତନ୍ୟ ସେଠୀ, ଡା. ନୟନ ସିଂ ମାଝୀ, ଡା ଦୟାସାଗର ଦୁରିଆ, ଖରିଆର ଗୋ-ପ୍ରଜାତି ସମ୍ପ୍ରଦାୟ ସମ୍ପାଦକ ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

Omkar Vasthu
Omkar Vasthu

ପ୍ରଫେସର ସୁଶାନ୍ତ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଅତି ସୁନ୍ଦର ଭାବେ ଉପସ୍ଥିତ ସ୍ରୋତା ଙ୍କୁ ଗୋ-ପ୍ରଜାତି ସଂରକ୍ଷଣ ଓ ଉର୍ନତିକରଣ ସମ୍ବନ୍ଧେ ପ୍ରଞ୍ଜଳ ଭାବେ ବୁଝାଇ ଅଭିଭାଷଣ ପ୍ରଦାନ କରିଥିଲେ । ଆଜିର ଦିନରେ ଯୁଗ ବଦଳି ପ୍ରଜୁକ୍ତି ବିଦ୍ୟା ଉପରେ ବହୁତ ନିର୍ଭରଶୀଳ ହେଲାଣି କିନ୍ତୁ ଦେଶୀ ପଦାର୍ଥ ର ପ୍ରଭାବ ଓ ଲାଭ ଦେଖିବା କୁ ମିଳୁ ନାହିଁ ।

Pearl dental clinic
Near Ashish Medical Store, Bhawanipatna

ମଣିଷ ଜୀବନରେ ଦେଖା ଯାଉଥିବା ନୂଆ ନୂଆ ରୋଗ, ଆଜି କାଲି ଜନ୍ମ ନେଉ ଥିବା ବିକଳାଙ୍ଗ କିମ୍ବା ମାନସିକ ଅନଗ୍ରସର ନବଜାତ ଶିଶୁ ଭଳି ସମସ୍ୟା ଏ ସବୁ ର ମୂଳ କାରଣ ହେଉଛି ଦେଶୀ ପଦାର୍ଥର କମ ବ୍ୟବହାର ପାଇଁ । ଗୋ -ପ୍ରଜାତି ର ସୁରକ୍ଷା, ସଂରକ୍ଷଣ ଓ ଉନ୍ନତିକରଣ ହେଲେ ଦେଶୀ ପଦାର୍ଥର ଉତ୍ପାଦ ହେବ ଯାହା ଫଳରେ ଏସବୁ ସମସ୍ୟା ଦୂର ହେବ ବୋଲି ମତ ପ୍ରକାଶ ପାଇଛି ।

Udyog Nursery
Udyogi Nursery
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.